www.samajalive.in
Tuesday, November 18, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରେ ଗୁଜୁରାତି

ଗୁଜୁରାତିର ବ୍ୟବହାର କରି ବିଭିନ୍ନ ରୋଗରୁ ମୁକ୍ତି ମିଳିପାରିବ। ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ। ଏଥିରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଛି। ଯାଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଜାଣନ୍ତୁ ଏହାର ସେବନ କରିବା ଦ୍ୱାରା କି କି ଲାଭ ମିଳିଥାଏ ….
ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ ହୋଇଥାଏ, ତେବେ ଆପଣ ନିୟମିତ ୨ରୁ ୩ ଥର ଗୁଜୁରାତି ନିଶ୍ଚୟ ଖାଆନ୍ତୁ। ଏପରି କରିବା ଦ୍ୱାରା ରକ୍ତ ଚାପ ସଠିକ ରହିବା ସହ ବ୍ୟସ୍ତତା ଅନୁଭବ ହୋଇଥାଏ।
ଗୁଜୁରାତି ଖାଇବା ଦ୍ୱାରା ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ନିୟମିତ ସକାଳେ ଗୁଜୁରାତିକୁ ସିଝାଇ ଏହାର ପାଣି ପିଇଲେ ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଗୁଜୁରାତିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯେଉଁମାନଙ୍କୁ ମଧୁମେହ ହୋଇଛି, ସେମାନଙ୍କ ପାଇଁ ଗୁଜୁରାତି ବେଶ ଉପକାରୀ। ଚା’ ପିଉଥିଲେ ମଧୁମେହ ରୋଗୀମାନେ ଏଥିରେ ଗୁଜୁରାତି ପକାଇ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଯଦି ଆପଣଙ୍କୁ କାଶ, ଥଣ୍ଡା ଲାଗି ରହୁଥାଏ। ନିୟମିତ ରାତିରେ କିଛି ଗୁଜୁରାତି ଖାଇ ପାଣି ପିଅନ୍ତୁ। ଏହା ଖୁବ ଲାଭଫଳ ମିଳିଥାଏ। ଖାଦ୍ୟରେ ଗୁଜୁରାତି ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ଓଜନ ହ୍ରାସ ମଧ୍ୟ ହୋଇଥାଏ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories