www.samajalive.in
Friday, December 12, 2025
14.1 C
Bhubaneswar

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ: ବଡ଼ସାହି ବ୍ଲକ କଂଗ୍ରେସର ଆନ୍ଦୋଳନ ଚେତାବନୀ

ବଡ଼ସାହି: ମୟୂରଭଞ୍ଜ ଜିଲା ସର୍ବବୃହତ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କେହି ବିଶେଷଜ୍ଞ ଡାକ୍ତର ନଥିବା ବେଳେ ଶୀତକାଳୀନ ବିଧାନସଭାର ପ୍ରଶ୍ନକାଳ ସମୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି ୨୮୦ନଂ ପ୍ରଶ୍ନରେ ଏହି ଡ଼ାକ୍ତରଖାନାର ବିଶେଷଜ୍ଞ ଡାକ୍ତରଙ୍କର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ପ୍ରତ୍ତଦ ଉତ୍ତରରେ ୪ଜଣ ବିଶେଷଜ୍ଞ ଡାକ୍ତର କାର୍ୟ୍ୟ କରୁଛନ୍ତି ବୋଲି ତଥ୍ୟ ପ୍ରଦାନକୁ ନେଇ ମଙ୍ଗଳବାର ବଡ଼ସାହି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୩ଜଣ ଡ଼ାକ୍ତର କାର୍ୟ୍ୟ କରୁଛନ୍ତି। ସମସ୍ତେ ନବାଗତ ଏମ୍ବିବିଏସ୍ ଡାକ୍ତର ଏଠାରେ କାର୍ୟ୍ୟକରୁଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜିବ କୁମାର ବଇତାଇ ଶାକୁଆ ପିଏଚସିରୁ ଡେପୁଟେସନରେ ଆସି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ମିଶାଇ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୬ଜଣ ଡାକ୍ତର ରହିବା କଥା। ପରନ୍ତୁ ଏଠାରେ ଜୁନ ୨୦୧୩ରୁ ଭେଷଜ, ଏପ୍ରିଲ ୨୦୧୫ରୁ ଶିଶୁ ରୋଗ, ଜୁନ ୨୦୧୫ରୁ ଶଲ୍ୟ ବିଶେଷଜ୍ଞ ଓ ଅଗଷ୍ଟ ୨୦୧୬ରୁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ରହିଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତ ହେବାରେ ଲାଗିଛି। ଯାହାକୁ ନେଇ ବୁଧବାର ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସଧୀକାରୀଙ୍କ ଉଦେଶ୍ୟରେ ଏକ ଦାବି/ଚେତାବନୀ ପତ୍ର ସ୍ଥାନୀୟ ଭାରପ୍ରାପ୍ତ ଚିକତ୍ସାଧୀକାରୀଙ୍କୁ ପ୍ରଦାନ କରାଯାଇଛି। ସମସ୍ୟା ସମ୍ପର୍କରେ ଦଳ ପକ୍ଷରୁ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ ବାସ୍ତବ ସ୍ଥିତି ସମ୍ପର୍କରେ ମନ୍ତ୍ରୀ ଅଜ୍ଞ ଥିବାରୁ ୭ଦିନ ମଧ୍ୟରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବା ସହିତ ପ୍ରତୀକ ଧର୍ମଘଟ କରିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି। ଦଳର ବରିଷ୍ଠ ନେତା ପ୍ରକାଶ କର ମହାପାତ୍ର, ଗୁଣନିଧି ମହାନ୍ତି, ଶଶାଙ୍କ ଶେଖର କର, ମନୋରଞ୍ଜନ ବଳା, ବିରଞ୍ଚି ନାରାୟଣ ମହାପାତ୍ର, ଆନନ୍ଦ ଶଙ୍କର ପାତ୍ର, ହାଡ଼ିବନ୍ଧୁ ମହାପାତ୍ର, ଖଗେଶ୍ୱର ନାୟକ, ଆନନ୍ଦ ପଣ୍ଡା, ବିହାରୀ ଲାଲ ବେହେରା, ଶ୍ରୀଧର ବାରିକ, ଅମୁଲ୍ୟ ବେହେରା, ପ୍ରୀତିଶ ପଣ୍ଡା, ବଳରାମ ଟୁଡୁ, ବାଙ୍କାନିଧବ ସିଂ, ସନ୍ତୋଷ ବେହେରା, ଶାନ୍ତନୁ ଦଣ୍ଡପାଟ ଓ ସୁଶାନ୍ତ ସାହୁ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories