www.samajalive.in
Friday, December 12, 2025
14.1 C
Bhubaneswar

ଜମି ବିବାଦକୁ ପାଇଁ ଭାଙ୍ଗିଲେ ୧୪ ଘର, ଥାନାରେ ଏତଲା

ମୋହନା : ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ଗରଡମା ଗ୍ରାମରେ ଜମି ବିବାଦକୁ ନେଇ ୨ ସାହି ମଧ୍ୟରେ ଉତେଜନା ସହ ଅପରପକ୍ଷ ସାହିର ଲୋକ ୧୪ ଘରକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ଉକ୍ତ ଗ୍ରାମରେ ପହଞ୍ଚି ମଙ୍ଗଳବାର ଘରଭାଙ୍ଗିଥିବା ଅଭିଯୋଗରେ ୭ ଜଣଙ୍କୁ ଥାନାରେ ଆଣି ଅଟକ ରଖି ପଚାରା ଉଚରା କରୁଥିବା ବେଳେ ବୁଧବାର ଆଉ ୭ ଜଣଙ୍କୁ ଥାନାରେ ଆଣି ପଚାରା ଉଚରା କରିବା ସହ ଗିରଫ କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଅଡବା ଆଇଆଇସି ଶ୍ରୀ ଜଗଦଲା ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଗରଡମା ଗ୍ରାମରେ କିଛି ବର୍ଷ ଧରି ୨ ସାହି ମଧ୍ୟରେ ଜମି ବିବାଦକୁ ଉତ୍ତେଜନା ଲାଗି ରହିଥିଲା। ଗୋଟିଏ ସାହିର ଲୋକ ଅନ୍ୟ ଏକ ସାହିରେ କିଛି ବର୍ଷ ଧରି ବସବାସ କରୁଥିବା ଲୋକମାନଙ୍କୁ ଉକ୍ତ ସ୍ଥାନରୁ ସ୍ତାନାନ୍ତରିତ ହେବା ପାଇଁ କହିଆସୁଥିଲେ। କିନ୍ତୁ ସେମାନେ ଅନ୍ୟ ସାହିର ଲୋକଙ୍କ କଥାକୁ ଭୃକ୍ଷେପ ନକରି ଝୁମ୍ପୁଡି ଘର କରି ବସବାସ କରୁଥିଲେ। କିନ୍ତୁ ଅନ୍ୟ ସାହି ବାସିନ୍ଦା ଉକ୍ତ ସ୍ଥାନରେ ଗ୍ରାମର ହାଟ କରିବା ପାଇଁ ଗ୍ରାମ୍ୟ କମିଟି ସ୍ଥିର କରିଥିଲା। ଏହି ୧୪ ଘର ପରିବାର ଅନ୍ୟ ସାହି ବାସିନ୍ଦାଙ୍କ କଥାକୁ ଅମାନ୍ୟ କରିବାରୁ ସେମାନେ ବାଧ୍ୟ ହୋଇ ମଙ୍ଗଳବାର ସମସ୍ତେ ଏକତ୍ରିତ ହୋଇ ଘରଗୁଡିକୁ ଭାଙ୍ଗି ଦେବା ସହ ସେମାନଙ୍କ ଆସଭାବ ପତ୍ର ଗୁଡିକୁ ନଷ୍ଟ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀଙ୍କୁ ପଚାରିବାରୁ ଘର ନଷ୍ଟ ହୋଇଥିବା ପରିବାର ଗୁଡିକ ଝୁମ୍ପିଡି ଘର କରି ସରକାରୀ ଜମିରେ ରାୟଗଡାରୁ ଆସି ବସବାସ କରୁଥିଲେ। ସେମାନଙ୍କର ରାୟଗଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ରହିଥିବା ବେଳେ କିଛି ଲୋକଙ୍କ ରେସନ କାର୍ଡ, ଭୋଟ ପରିଚୟ ପତ୍ର, ଆଧାର କାର୍ଡ ରହିଛି। ଘରଭାଙ୍ଗିଥିବା ବ୍ୟକ୍ତି ଅନିଲ ବସ୍ତରାୟଙ୍କୁ ପଚାରିବାରୁ ପିତୃ ପୁରୁଷରୁ ଏଠାରେ ଆମ୍ଭେମାନେ ବସବାସ କରୁଥିବା ରହୁଥିବା ବେଳେ ଆମର ରାୟଗଡା ଜିଲ୍ଲାରେ ସମସ୍ତ ପ୍ରକାର ପ୍ରମାଣ ପତ୍ର ଓ କିଛି ଲୋକଙ୍କର ପ୍ରଧାନମନ୍ତ୍ରୀ ଆବାସ ରହିଥିବା କହିଛନ୍ତି। ଅପରପକ୍ଷେ ଘରଭାଙ୍ଗିଥିବା ପରିବାର ଲୋକଙ୍କୁ ପଚାରବାରୁ ସେମାନେ କିଛିମାସ ହେଲା ଏଠାରେ ଜବରଦସ୍ତ ରହିଆସୁଥିଲେ। ଉକ୍ତ ଜାଗାରେ ହାଟପଦା କରାଯିବ ପାଇଁ ଗ୍ରାମ୍ୟ କମିଟିରେ ନିଷ୍ପତି ହୋଇଥିଲା କିନ୍ତୁ ଏମାନେ ଜବରଦସ୍ତି ଉକ୍ତ ଜାଗାକୁ ଛାଡିନଥିଲେ। ଏମାନଙ୍କର ସମସ୍ତ ପ୍ରମାଣ ପତ୍ର ରାୟଗଡା ଜିଲ୍ଲାରେ ରହିଥିବା ବେଳେ ଏମାନେ ଗଜପତି ଜିଲ୍ଲାରୁ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସାହିଲୋକ ଅଭିଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories