www.samajalive.in
Saturday, December 13, 2025
26.1 C
Bhubaneswar

ବେଆଇନ କରତକଳ ଉପରେ ଚଢାଉ

ପିପିଲି : ପିପିଲି ପୌରାଞ୍ଚଳରେ ଚାଲିଥିବା ୩ଟି ବେଆଇନ କରତକଳ ଉପରେ ବୁଧବାର ସକାଳ ସମୟରେ ଭୁବନେଶ୍ୱର ଭିଜିଲାନ୍ସ ଡ଼ିଭିଜନ ଫରେଷ୍ଟ ୱିଙ୍ଗର ପକ୍ଷରୁ ଚଢାଉ କରାଯାଇଛି। ସହକାରୀ ବନ ସଂରକ୍ଷକ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଓ ଖୋର୍ଦ୍ଧା ବନଖଣ୍ଡ ସହଯୋଗରେ ଏହି ଚଢାଉ କରାଯାଇଛି। ଚଢାଉରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ଯନ୍ତ୍ରାଂଶ , କାଠ ସହ ଏକ ଟ୍ରାକ୍ଟରକୁ ଜବତ କରାଯାଇଛି।
ସୂଚନା ଯୋଗ୍ୟ, ପିପିଲି ଏବଂ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ବେଆଇନ କରତକଳ ଚାଳୁଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଫରେଷ୍ଟ ୱିଙ୍ଗର ମୁଖ୍ୟ ତଥା ସହକାରୀ ବନ ସଂରକ୍ଷକ ବିଷ୍ଣୁ ଚରଣଙ୍କ ନେତୃତ୍ୱରେ ଓ ଖୋର୍ଦ୍ଧା ବନଖଣ୍ଡ ସହଯୋଗରେ ଆଜି ପିପିଲି ପୌରାଞ୍ଚଳର ଶ୍ରୀରାମନଗର, ପଣ୍ଡାବଜାର ଓ ସିଦ୍ଧେଶ୍ବର ମନ୍ଦିର ନିକଟ ଅନୁଗ୍ରହପୁର ଠାରେ ଚାଲିଥିବା ଏହି ବେଆଇନ କରତକଳ ଉପରେ ହଠାତ ଚଢାଉ କରାଯାଇଥିଲା। ଏହି ଚଢାଉରେ ଖୋର୍ଦ୍ଧା ବନଖଣ୍ଡ ସହକାରୀ ବନ ସଂରକ୍ଷକ ରବିନ୍ଦ୍ର କୁମାର ମହାପାତ୍ର, ରେଞ୍ଜର ଉତ୍ତମ କୁମାର ଗଡ଼ନାୟକ, ଭୁବନେଶ୍ୱର ଡ଼ିଭିଜନର ଇନିସପେକ୍ଟର ଶିବ ନାରାୟଣ ଭଦ୍ର, ଅଶୋକ ବିରୁଆ, ମମିତା ପ୍ରଧାନ, ପୁରୀ ଭିଜିଲାନ୍ସ ୟୁନିଟ ଡ଼ିଏସପି ହର ନାରାୟଣ ପତି, ବାଲିପାଟଣା ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ସମେତ ୨୦ ରୁ ଅଧିକ ଅଧିକାରୀ, ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ଼ , ପିପିଲି ପୁଲିସ ପ୍ରମୁଖ ଉପସ୍ଥିତ ଥିଲେ। ଚଢାଉ ପରେ ଉକ୍ତ ୩ଟି ବେଆଇନ କଳକୁ ସିଲ୍‍ କରାଯାଇ ଖୋର୍ଦ୍ଧା ବନଖଣ୍ଡ ଡ଼ିଭିଜନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories