www.samajalive.in
Sunday, December 14, 2025
26.1 C
Bhubaneswar

ଫଡନବିସ ସବୁଠାରୁ ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବାର ତିନି ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନବିସଙ୍କ ନାମ ଦେଶର ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସାମିଲ ହୋଇଯାଇଛି। ଏହି ତାଲିକାରେ ଥିବା ଅନ୍ୟ ନେତାମାନେ ହେଲେ ଉତ୍ତର ପ୍ରଦେଶରର ଜଗଦମ୍ବିକା ପାଲ। ସେ ୧୯୯୮ରେ ଫେବୃଆରୀ ୨୧ରୁ ୨୩ ପର୍ୟ୍ୟନ୍ତ ମାତ୍ର ତିନିଦିନ ମୁଖ୍ୟମନ୍ତ୍ରୀ ଥିଲେ।

ସେହିଭଳି କର୍ଣ୍ଣାଟକରେ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ବି.ଏସ. ୟେଦୁରପ୍ପା ୨୦୧୮ ମେ’ ୧୭ରୁ ୧୯ ପର୍ୟ୍ୟନ୍ତ (ତିନି ଦିନ) ମୁଖ୍ୟମନ୍ତ୍ରୀ ରହିବା ପରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ୧୯୬୮ ଜାନୁଆରୀ ୨୮ରୁ ଫେବୃଆରୀ ୧ (୫ ଦିନ) ପାଇଁ ବିହାରର ଅନ୍ତରୀଣ ମୁଖ୍ୟମନ୍ତ୍ରୀ ଥିଲେ ସତୀଶ ପ୍ରସାଦ ସିଂହ। ଓମ ପ୍ରକାଶ ଚୌତାଲା ହରିୟାଣାରେ ମାତ୍ର ୬ ଦିନ (୧୯୯୦ ଜୁଲାଇ ୧୨ରୁ ୧୭) ଏବଂ ୨୦୦୦ରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିହାରରେ ୮ ଦିନ (୨୦୦୦ ମାର୍ଚ୍ଚ ୩-୧୦)ମୁଖ୍ୟମନ୍ତ୍ରୀ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories