www.samajalive.in
Sunday, December 14, 2025
19.1 C
Bhubaneswar

ରାଜକୀୟ ସମ୍ମାନରେ ପଦ୍ମଶ୍ରୀ ଶ୍ରୀଦେବୀଙ୍କୁ ଶେଷ ବିଦାୟ

ପଞ୍ଚତତ୍ୱରେ ବିଲୀନ ହେଲା ଶ୍ରୀଦେବୀଙ୍କର ପାର୍ଥିବ ଶରୀର

‘ସ୍ୱାମୀ ବୋନି କାପୁର ଦେଲେ ମୁଖାଗ୍ନୀ’

ନୂଆଦିଲ୍ଲୀ: ବଲିଉଡ଼ ସିନେ ତାରକା ଶ୍ରୀଦେବୀଙ୍କ ମର ଶରୀର ମଙ୍ଗଳବାର ରାତିରେ ମୁମ୍ବଇ ପହଞ୍ଚିବା ପରେ ତାଙ୍କୁ ଶେଷ ଦର୍ଶନ ଦେବା ନିମନ୍ତେ ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଛି। ବିମାନବନ୍ଦରରେ ଶ୍ରୀଦେବୀଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କୁ ତାଙ୍କ ବାସଭବନକୁ ସସମ୍ମାନରେ ନିଆଯାଇ ଥିଲା। ତେବେ ଶ୍ରୀଦେବୀଙ୍କ ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବାକୁ ମୁମ୍ବଇ ପୁଲିସକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶ୍ରୀଦେବୀଙ୍କ ଘର ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ କେତେକ ସ୍ଥାନରେ ପୁଲିସକୁ ଲଠି ଚାର୍ଜ କରିବାକୁ ମଧ୍ୟ ପଡ଼ିଥିଲା। ବୁଧବାର ଅପରାହ୍ଣ ୩ଟା ୩୦ରେ ଶ୍ରୀଦେବୀଙ୍କ ଅନ୍ତିମସଂସ୍କାର କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ପୂର୍ବାହ୍ନ ୯ଟା ୩୦ରୁ ୧୨ଟା ୩୦ମି ପର୍ଯ୍ୟନ୍ତ ତାଙ୍କୁ ଶେଷ ଦର୍ଶନ କରିବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇ ଥିଲା। ଶ୍ରୀଦେବୀଙ୍କ ବାସଭବନ ପାଶ୍ୱର୍ରେ ଥିବା ସେଲିବ୍ରେସନ ସ୍ପୋଟ୍ସ କ୍ଲବରେ ତାଙ୍କ ମୃତଦେହକୁ ଅନ୍ତିମ ଦର୍ଶନ ନିମନ୍ତେ ରଖାଯାଇ ଥିଲା। ସେହିପରି ମୁମ୍ବଇ ପୁଲିସ ପକ୍ଷରୁ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦିଆଯାଇଛି।

ଅନ୍ତିମ ଦର୍ଶନ ପାଇଁ ସିନେ ତାରକାଙ୍କ ଭିଡ଼

୧୨ଟା ୨୮ରେ ସାଧାରଣ ଲୋକଙ୍କ ଅନ୍ତିମଦର୍ଶନକୁ ବନ୍ଦ କରାଯାଇ ଥିଲା। ଶ୍ରୀଦେବୀଙ୍କ ବାସଭବନ ମୁମ୍ବଇ ଲୋଖଣ୍ଡୱାଲାସ୍ଥିତ ଗ୍ରୀନଏକର୍ସରେ ମଙ୍ଗଳବାର ରାତିରେ ରଖାଯାଇ ଥିବାବେଳେ ଆଜି ପୂର୍ବାହ୍ନରେ ସାଧାରଣ ଦର୍ଶନ ନିମନ୍ତେ ସେଲିବ୍ରେସନ କ୍ଲବରେ ଆୟୋଜନ କରାଯାଇ ଥିଲା। ୧୨.୩୦ରେ ମୁମ୍ବଇ ପୁଲିସ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ଥିଲା। ପରେ ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କୁ ଶ୍ମାସାନ ଅଭିମୂଖେ ନିଆଯାଇ ଥିଲା। ଶ୍ରୀଦେବୀଙ୍କ ଅକାଳ ବିୟୋଗକୁ ଦୃଷ୍ଟିରେ ରଖି ଗ୍ରୀନଏକର୍ସରେ ଚଳିତ ବର୍ଷ ହୋଲି ପର୍ବକୁ ବାତିଲ କରିଛନ୍ତି ଅଞ୍ଚଳବାସୀ। ଅପରପକ୍ଷରେ ଶ୍ରୀଦେବୀଙ୍କୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଶ୍ମସାନରେ ନିଆଯାଇ ଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଲୋକେ ତାଙ୍କୁ ଅନ୍ତିମ ଦର୍ଶନ ନିମନ୍ତେ ପହଞ୍ଚି ଥିଲେ। ପ୍ରବଳ ଜନଗହଳି ପାଇଁ ଅନ୍ତିମସଂସ୍କାରରେ ବିଳମ୍ବ ହେବା ସହ ଶହରୁକ ଖାନ, ସୋନମ କାପୁର, ସଞ୍ଜୟଲୀଳା ବନସାରି, ସୁନୀଲ ସେଟ୍ଟି, ଅନୁପମ ଖେର, ଅର୍ଜୁନ ରାମପାଲ ପରି ସିନେ ଅଭିନେତାଙ୍କୁ ଦୀର୍ଘ ରାସ୍ତା ଚାଲିଚାଲି ଅତିକ୍ରମ କରିବାକୁ ପଡ଼ିଥିଲା। ସ୍ବାମୀ ବୋନି କାପୁର ତାଙ୍କ ପତ୍ନୀଙ୍କ ମୁଖାଗ୍ନି ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories