www.samajalive.in
Friday, December 12, 2025
19.1 C
Bhubaneswar

ସ୍ମିତାରାଣି ମୃତ୍ୟୁ ମାମଲା : ରୁପେଶଙ୍କ ଜାମିନ ଆବେଦନ ଶୁଣାଣି ୨୯କୁ ଘୁଞ୍ଚିଲା

ଯାଜପୁର : ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନ ଶୁଣାଣିକୁ ଯାଜପୁର ଜିଲା ଓ ଦୌରାଜଜ ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ରୁପେଶଙ୍କ ବିରୋଧରେ ଧର୍ମଶାଳା ପୋଲିସ ପାଖାପାଖି ୨୦୦୦ ପୃଷ୍ଠାର ଦସ୍ତାବିଜ ମାନ୍ୟବର କୋର୍ଟଙ୍କ ନିକଟରେ ଦାଖଲ କରିଛି । ଗତ ଅକ୍ଟୋବର ୧୬ ତାରିଖ ଦିନ ଧର୍ମଶାଳା ବ୍ଳକ ହରିଦାସପୁର  ପଞ୍ଚାୟତର ପିଇଓ ସ୍ମିତାରାଣି ବିଶ୍ୱାଳଙ୍କ ମୃତ ଦେହ ରୁପେଶଙ୍କ ଗେଷ୍ଟ ହାଉସ ରଙ୍ଗଶାଳାରୁ ଉଦ୍ଧାର କରାଯାଇଥିଲା। ଏହା ଏକ ଆତ୍ମହତ୍ୟା ଓ ଏଥିପାଇଁ ରୁପେଶ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ରୁପେଶ ପ୍ରଥମେ ଚଣ୍ଡିଖୋଲ ଏସଡିଜେଏମ ଓ ପରେ ଯାଜପୁର ଜିଲା ଦୌରା ଜଜଙ୍କ ନିକଟରେ ନିଜର ଜାମିନ ଆବେଦନ କରିଛନ୍ତି । ସୋମବାର ଜିଲା ଦୌରାଜଜ ତାଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଆସନ୍ତା ୨୯ ତାରିଖକୁ  ଘୁଞ୍ଚାଇ ଦେଇଛନ୍ତି।

 

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories