www.samajalive.in
Thursday, December 11, 2025
15.1 C
Bhubaneswar

ଟିଟିଲାଗଡରେ ସ୍ଥାନୀୟ ଦାଦନ ଶ୍ରମିକଙ୍କୁ ନେଇ ଆଇଜେଏମ ପକ୍ଷରୁ କର୍ମଶାଳା

ଟିଟିଲାଗଡ଼ : ଟିଟିଲାଗଡ଼ ଠାରେ ବିଭିନ୍ନ ରାଜ୍ୟରୁ ଉଦ୍ଧାର ସ୍ଥାନୀୟ ଦାଦନ ଶ୍ରମିକଙ୍କୁ ନେଇ ଦାଦନ ଶ୍ରମିକ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଆଇଜେଏମ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ବଲାଙ୍ଗୀର ଏସପି ଏଥିରେ ଯୋଗ ଦେଇଛନ୍ତି। ଦାଦନ ଶ୍ରମିକ ତଥା ରାଜ୍ୟର ନିର୍ମାଣ ଶ୍ରମିକଙ୍କ ଉତ୍ଥାନ ପାଇଁ ସରକାରଙ୍କ ଦ୍ୱାରା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦାଦନ ଚାଲାଣ ରୋକିବା ପାଇଁ ଆତ୍ମ ନିଯୁକ୍ତି, ପଞ୍ଜିକୃତ ହେବା ପରେ ହିଁ ବାହାରକୁ ଯିବା ପାଇଁ ଏସପି ସତର୍କ କରାଇଛନ୍ତି। ଏହା ସହ ଦାଦନ ଚାଲାଣ ରୋକିବାରେ ସକ୍ରିୟ ଭୂମିକା ନେଇଥିବା ଏସପିଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଦାଦନ ପ୍ରବଣ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲାର ବହୁ ଅଧିକାରୀ ଏବଂ ଶ୍ରମିକ ପରିବାର ଲୋକ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories