www.samajalive.in
Saturday, December 13, 2025
26.1 C
Bhubaneswar

ଏନ୍‌ଡିଏ ହାତ ଛାଡିଲେ ଜିତନରାମ ମାଝୀ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ମୁଖ୍ୟ ଜିତନରାମ ମାଝୀ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ବୁଧବାର ବାହାରି ଯାଇଛାନ୍ତି। ବୁଧବାର ତାଙ୍କ ଦଳ ପକ୍ଷରୁ ଏହି ଘୋଷଣା କରାଯିବା ସହ ବିହାର ରାଜନୀତିରେ ନୂତନ ସମୀକରଣ ଆରମ୍ଭ ହୋଇଛି । ଆସନ୍ତା କାଲି ଆନୁଷ୍ଠାନିକ ଭାବେ ତାଙ୍କ ଦଳ ଆରଜେଡି ସହ ମହାମେଣ୍ଟରେ ସାମିଲ ହେବ ଓ ଏନେଇ ସମସ୍ତ ଔପଚାରିକତା ସରିଛି ବୋଲି ଜିତନରାମ କହିଛନ୍ତି । ଜିତନରାମଙ୍କ ନିଷ୍ପତ୍ତିକୁ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱାଗତ କରିଛନ୍ତି । ସୂଚନା ଅନୁସାରେ ବୁଧବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପତ୍ନୀ ରାବିଡୀ ଦେବୀ ଓ ଜିତନ ରାମଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକ ପରେ ଜିତନ ରାମ ଏନଡିଏର ହାତ ଛାଡ଼ିବା ନେଇ ଘୋଷଣା କରିଥିଲେ । ସୂତ୍ର ଅନୁସାରେ ଜିତନ ରାମଙ୍କ ଦଳ ହମ ଓ ଆରଜେଡି ମଧ୍ୟରେ ଏକ ନୂତନ ମେଣ୍ଟ ହେବ । ଏହି ମେଣ୍ଟ ୨୦୧୯ ନିର୍ବାଚନରେ ମଇଦାନକୁ ଓହ୍ଲାଇବ। କିଛି ଦିନ ତଳେ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହ କହିଥିଲେ ଯେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ସଭାପତି ତଥା କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହା ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ଆରଜେଡିରେ ଯୋଗଦେବାକୁ ଯୋଜନା କରୁଛନ୍ତି । ଏନେଇ ଭିତରିଆ କଥାବାର୍ତ୍ତା ଚାଲିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories