www.samajalive.in
Wednesday, December 10, 2025
16.1 C
Bhubaneswar

କୋଇଲା ବୋଝେଇ ଟ୍ରେନରେ ୨ ଥର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି: କୋଇଲା ବୋଝେଇ ଚଳନ୍ତା ଟ୍ରେନରେ ଶୁକ୍ରବାର ଦୁଇ ଥର ନିଆଁ ଲାଗିଛି। ପ୍ରଥମେ ରହେନ୍‌ଭଟା ରେଲ୍‌ୱେ ଷ୍ଟେସନ୍‌ରେ ଟ୍ରେନ୍‌ର ୨ଟି ୱାଗନ୍‌ରେ ନିଆଁ ଲାଗିଥିଲା। ରେଳ ବିଭାଗ କର୍ତ୍ତୃପକ୍ଷ ନିଆଁ ଲିଭାଇବା ପରେ ମାଲ୍‌ବାହୀ ଟ୍ରେନ୍‌ଟି ଷ୍ଟେସନ୍‌ ଛାଡିଥିଲା। ଟ୍ରେନ୍‌ ଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିଛି ବାଟ ଯିବା ପରେ ପୁଣି ଟ୍ରେନ୍‌ରେ ନିଆଁ ଲାଗିଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories