ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୬ ମିନିଟ୍ ଓ ୭ଟା ୧୦ ମିନିଟ୍ ସମୟରେ ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ପୃଥ୍ୱୀ-୨ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ଷ୍ଟ୍ରାଟେଜିକ୍ କମାଣ୍ଡ ଫୋର୍ସ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନମାନେ ଏହାକୁ ପରୀକ୍ଷା କରିଥିଲେ।
ଏହି ମିସାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ କରାଯାଇପାରୁଥିବା ଏହି ମିସାଇଲ ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।



