www.samajalive.in
Friday, December 12, 2025
23.1 C
Bhubaneswar

ପାୱାରଙ୍କ ଘରେ କଂଗ୍ରେସ ଓ ଏନ୍‍ସିପିର ବରିଷ୍ଠ ନେତାଙ୍କ ବୈଠକ : ସରକାର ଗଠନ ନେଇ ଏବେ ମଧ୍ୟ ସ୍ଥିତି ଅଷ୍ପଷ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ବୁଧବାର ନୂଆଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ କଂଗ୍ରେସ ଓ ଏନ୍‍ସିପିର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ​ ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଆଗକୁ ଆଲୋଚନା ଜାରି ରହିବ ଏବଂ ଆଜିର ଆଲୋଚନା ସକରାତ୍ମକ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ପୃଧ୍ବୀରାଜ ଚହ୍ବାନ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୫ରୁ ୬ ଦିନ ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।

- Advertisement -

ତେବେ ଏହି ବୈଠକ ପୂର୍ବରୁ ଏନ୍‍ସିପି ମୁଖ୍ୟ ଶରଦ ପାୱାର ଆଜି ଅପରାହ୍ଣରେ ପାର୍ଲାମେଣ୍ଟ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କୁ ସାକ୍ଷାତ କରିଥିଲେ। ପୂର୍ବରୁ ଶ୍ରୀ ପାୱାର କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସହ ସୋମବାର ଦିନ ଏନେଇ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ପ୍ରାୟ ଏକ ମାସ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories