www.samajalive.in
Sunday, December 14, 2025
26.1 C
Bhubaneswar

ବିନିକା ଥାନାରେ ଆମ ପୁଲିସ ସମିତି ବୈଠକ

ବିନିକା : ବିନିକା ଥାନା ଅଭ୍ୟର୍ଥନା କକ୍ଷ ସଭା ଗୃହରେ ବୁଧବାର ସନ୍ଧ୍ୟାରେ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମିତି ବୈଠକରେ ଡିଏସ୍‍ପି ହେମସାଗର ନନ୍ଦ ସଭା ପରିଚାଳନା କରିଥିଲେ। ଏହି ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉପସ୍ଥିତ ସାଧାରଣ ଜନତା ଦାବି ଉପସ୍ଥାପନ କରିଥିଲେ। ବୈଠକରେ ବିନିକା ଅଞ୍ଚଳର ସାଧାରଣ ଜନତା, ବୁଦ୍ଧିଯିବୀ, ଆଇନଯିବୀଙ୍କ ସମେତ ବିଭିନ୍ନ ଖବରକାଗଜ ସହ ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତେବେ ଦାବି ଅନୁସାରେ, ବିନିକା ସହର ମୁଖ୍ୟରାସ୍ତା ତଥା ପାପକ୍ଷୟ ଘାଟ ରାସ୍ତା ଏବଂ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ନିକଟ ମୁଖ୍ୟରାସ୍ତା ବୁଲାଣିଆ ସ୍ଥାନର ଉଭୟ ପଟରେ ସ୍ପିଡ ବ୍ରେକର ଦିଆଯିବାକୁ ଦାବି ହୋଇଥିବା ବେଳେ ସେହିପରି ଇଲେକ୍‍ଟ୍ରିକ ଅଫିସ ଛକ ମୁଖ୍ୟରାସ୍ତାରେ ପ୍ରତ୍ୟେକ ଦିନ ଗୁରୁତର ଟ୍ରାଫିକ୍‍ ସମସ୍ୟା ଉପୁଜୁଥିବାରୁ ଦୁର୍ଘଟଣାକୁ ରୋକିବା ପାଇଁ ଏହି ଛକରେ ଏକ ଟ୍ରାଫିକ୍‍ ପୋଷ୍ଟ ବସାଇବା ପାଇଁ ଦାବି ହୋଇଛି। ସେହିପରି ବିନିକାରେ ଆରମ୍ଭ ହୋଇଥିବା ଗୋକୁଳାଷ୍ଟମୀ ଯାତ୍ରା ସମୟରେ ଯୋଗେଶ୍ୱର ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତାରେ ସମ୍ଭାବ୍ୟ ଗୁରୁତର ଟ୍ରାଫିକ୍‍ ସମସ୍ୟାକୁ ଦୃଷ୍ଟିରେ ରଖି ସେହି ସ୍ଥାନରେ ବ୍ୟାପକ ଫୋର୍ସ ମୃତୟନ କରିବା ସହିତ ରାତ୍ରି ସମୟରେ ବିଭିନ୍ନ ପଟରୁ ଆସୁଥିବା ଭାରିଯାନଗୁଡିକୁ ନିୟନ୍ତ୍ରଣ ପାଇଁ ଦାବି ହୋଇଥିଲା। ଏହା ସହିତ ରାତିରେ ଦ୍ରୁତ ଗତିରେ ଯାଉଥିବା ପରିବା ବୋଝେଇ ଗାଡି ଓ ବାଲି ଟ୍ରାକ୍ଟର ଗୁଡିକୁ ବେଗ ନିୟନ୍ତ୍ରଣ ପ୍ରତି ପୁଲିସ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଥିଲା। ଚରଦା ମନ୍ଦିରରୁ ହୋଇଥିବା ସାମଗ୍ରୀ ଚୋରୀର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ହେଉନଥିବାରୁ ଶିଘ୍ର ତଦନ୍ତ ପାଇଁ ଦାବି ହୋଇଥିଲା। ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ଯଥା ଶିଘ୍ର ପ୍ରଦାନ କରିବା ଏବଂ ହୋଣ୍ଡା ସୋ-ରୁମ୍‍ ନିକଟ ରାସ୍ତାରେ ଟ୍ରାଫିକ୍‍ ସମସ୍ୟାର ସମାଧାନ ନିମନ୍ତେ ଦାବି ହୋଇଥିଲା। ଏହି ପୁଲିସ ସମିତି ବୈଠକରେ ଆଇନଯିବୀ ଶ୍ୟାମକୁମାର ସାହୁ, ସୁବାଷ ବୋଷ ଯୁବକ ସଂଘର ସଭ୍ୟ ଅଶୋକ ମେହେର, ଉମେଶ କୁମାର ମେହେର, ପ୍ରକାଶ ମେହେରଙ୍କ ସମେତ ଏସ୍‍.ଆଇ ସୂର୍ଯ୍ୟକାନ୍ତ ସେଠୀ, କବିମନ୍ୟୁ ସେଠୀ, ଏଏସ୍‍ଆଇ ଶଙ୍କର କୁମ୍ଭାର, ଗଜାନନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏସ୍‍.ଆଇ ଟଙ୍କଧର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories