www.samajalive.in
Saturday, December 13, 2025
26.1 C
Bhubaneswar

ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଧାନ କ୍ରୟ ଆରମ୍ଭ

ବିନିକା : ସୁବର୍ଣ୍ଣପୁର ଜିଲା  ବିନିକା ବ୍ଲକ ଚରଦା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତ ଖରିଫ୍‍ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରିଭୁକ୍ତ ଚାଷୀ ମାନଙ୍କ ଠାରୁ ନିର୍ଦ୍ଧାରିତ ସର୍ବ ନିମ୍ନ ସରକାରୀ ସହାୟକ ମୂଲ୍ୟରେ ବୁଧବାର ଧାନ କ୍ରୟ ଆରମ୍ଭ ହୋଇଛି। ଚରଦା ପେକ୍ସ ସମ୍ପାଦକ ରବି ନାରାୟଣ ଥନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନକିଣା କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲାପାଳ ମନିଷା ବାନାର୍ଜି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ବିନିକା ତହସିଲଦାର ତ୍ରିପୁର ମହାନନ୍ଦ, ଏଆରସିଏସ୍‍ ଭୀମସେନ ସାହୁ, ବିଡିଓ ବିଶ୍ୱରଂଜନ ମଲ୍ଲିକ, ରେଭିନ୍ୟୁ ସୁପରଭାଇଜର ଦାରାସିଂ ବରିହା, ସିଓ ଅକ୍ଷୟ ମେହେର, କୌଡିଆମୁଣ୍ଡା ରାଜସ୍ୱ ନିରୀକ୍ଷକ ନିଳମଣୀ କଅଁର, ଚରଦା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱିତିକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଆଜି ପ୍ରଥମ ଦିନରେ ପଞ୍ଜିକୃତ ଚାଷୀ ଅନ୍ତର୍ଯ୍ୟାମୀ ପଣ୍ଡା, ପ୍ରଶାନ୍ତ ଥନାପତି, ସୁବ୍ରତ ପଣ୍ଡା, ଶ୍ରୀଧର ଥନାପତି ପ୍ରମୁଖଙ୍କ ଠାରୁ ୨୫୨.୯୪କ୍ୱିଣ୍ଟାଲ ଧାନ କ୍ରୟ କରି ବ୍ରଜଭୂମୀ ରାଇସ ମିଲ୍‍ କୁ ପଠାଯାଇଥିବା ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି।

- Advertisement -

 

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories