www.samajalive.in
Saturday, December 13, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ,ଉପଯୁକ୍ତ ସମୟରେ ଇଣ୍ଟରନେଟ୍‍ ସେବା ପୁନର୍କ୍ଷମ ହେବ : ଶାହା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ଓ ୧୯୫ଟି ଥାନା ଅଞ୍ଚଳରୁ କଟକଣା ପ୍ରତ୍ୟାହାର କରି ନିଆଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି । ରାଜ୍ୟସଭାରେ ଏ ସଂପର୍କୀତ ଅତିରିକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ସେ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‍ ସେବା ପୁନର୍କ୍ଷମ କରିବା ନିଷ୍ପତ୍ତି ଉପଯୁକ୍ତ ସମୟରେ ନିଆଯିବ। ତାହା ପୂର୍ବରୁ ଜମ୍ମୁ-କାଶ୍ମୀର କର୍ତ୍ତୃପକ୍ଷ ଓ ଅଞ୍ଚଳର ନିରାପତ୍ତା ପରିସ୍ଥିତିକୁ ବିଚାରକୁ ନିଆଯିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ କୌଣସି ଜଣେ ମଧ୍ୟ ବ୍ୟକ୍ତିଙ୍କର ପୁଲିସ୍‍ ଗୁଳିରେ ମୃତ୍ୟୁ ଘଟି ନାହିଁ । ସମଗ୍ର ଉପତ୍ୟକାରେ ଟେକାପଥର ଫିଙ୍ଗା ଘଟଣା ବହୁମାତ୍ରାରେ ହ୍ରାସ
ପାଇଛି। ଶ୍ରୀ ଶାହା କହିଛନ୍ତି, ସ୍ଥାନୀୟ ପ୍ରଶାସନ ସ୍ୱାସ୍ଥ୍ୟସେବା ଓ ଔଷଧ ପତ୍ର ଯୋଗାଣକୁ ନିଶ୍ଚିତ କରିଛି । ସେ କହିଛନ୍ତି, ପେଟ୍ରୋଲ୍‍, ଡିଜେଲ୍‍,କିରୋସିନ, ଏଲ୍‍.ପି.ଜି. ଓ ଚାଉଳ ଆଦି ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ସ୍କୁଲ୍‍ଗୁଡ଼ିକ ଖୋଲିସାରିଛି ଓ ଲ୍ୟାଣ୍ଡଲାଇନ୍‍ ସେବା କାର୍ଯ୍ୟକ୍ଷମ ହୋଇଛି। ସମସ୍ତ ଊର୍ଦ୍ଦୁ ଓ ଇଂରାଜୀ ସମ୍ବାଦପତ୍ର ଏବଂ ଟି.ଭି. ଚାନେଲ୍‍ଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଜଣାଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories