www.samajalive.in
Sunday, December 14, 2025
23.1 C
Bhubaneswar

ଜଙ୍ଗଲରେ ଅଜଗର-ଚିତା ବାଘ ଲଢ଼େଇ, ଦେଖନ୍ତୁ ଭିଡିଓ

ନାଇରୋବି: ଚିତା ବାଘକୁ ଗିଳିବାକୁ ଉଦ୍ୟମ କରି ଏକ ବିରାଟ ଅଜଗର ଜୀବନ ହରାଇଛି। ଚିତାଟି ଅଜଗରର ଖପୁରୀକୁ କାମୁଡ଼ି ନଷ୍ଟ କରିଦେବା ଫଳରେ ତା’ର ମୃତ୍ୟୁ ଘଟିଛି। ଏସବୁ ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି କେନିୟାର ମାସାଇ ମାରା ଟ୍ରାଏଙ୍ଗଲ ରିଜର୍ଭରେ ଘଟିଛି। ବନ୍ୟଜନ୍ତୁ ଫଟୋଗ୍ରାଫର ମାଇକ୍‌ ୱେଲଟନ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ଉତ୍ତୋଳନ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବିରାଟ ଅଜଗର ଏବଂ ବଡ଼ ଚିତା ମଧ୍ୟରେ ଲଢ଼େଇ ହୋଇଛି। ଅଜଗରଟି ଚିତାକୁ ଆକ୍ରମଣ କରି ତା’କୁ ଗିଳିବାକୁ ଉଦ୍ୟମ କରିଛି। କିନ୍ତୁ ଚିତାଟି ଅଜଗର ସହ ଲଢ଼େଇ କରିବା ସହିତ ଅଳ୍ପ କିଛି ସମୟ ମଧ୍ୟରେ ତାକୁ ମାରିଦେଇଛି। ଚିତା ବାଘଟି ଅଜଗରର ମୁଣ୍ଡକୁ କାମୁଡ଼ି ଦେବାରୁ ତା’ର ଖପୁରୀ ନଷ୍ଟ ହେବା ସହିତ ପ୍ରାଣବାୟୁ ଉଡ଼ିଯାଇଛି। ସୋସିଆଲ ମିଡିଆରେ ମାଇକ୍‌ ୱେଲଟନ ଏହି ଭିଡିଓକୁ ଶେୟାର କରିବା ପରେ ତାହା ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ଭାଇରାଲ ହେବାରେ ଲାଗିଛି।

- Advertisement -

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories