www.samajalive.in
Saturday, December 13, 2025
17.1 C
Bhubaneswar

କାଳିଆ​‌ ଯୋଜନାରେ ସରକାରଙ୍କୁ ଘେରିଲା କଂଗ୍ରେସ; ବିଧାନସଭାରେ ମିଥ୍ୟା ତଥ୍ୟ ଦେଇଥିବାରୁ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା

ଭୁବନେଶ୍ଵର: କାଳିଆ ଯୋଜନାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ କରି ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛି। ବିଧାନସଭାରେ କୃଷି ମନ୍ତ୍ରୀ କାଳିଆ ଯୋଜନା ନେଇ ମିଥ୍ୟା ତଥ୍ୟ ଦେଇଥିବା କଂଗ୍ରେସ ଅଭିଯୋଗ ଆଣିବା ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ବରିଷ୍ଠ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନୀ ଫାଇଦା ହାସଲ କରିବା ଲାଗି ସରକାର କାଳିଆ ଯୋଜନାକୁ ବ୍ୟବହାର କରିଛନ୍ତି। ନିର୍ବାଚନ ସମୟରେ କାଳିଆ ଯୋଜନା ଆଳରେ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ କୃଷିମନ୍ତ୍ରୀଙ୍କ ନିକଟରେ ସମସ୍ତ ତଥ୍ୟ ଥିବାବେଳେ ସେ ବିଧାନସଭାରେ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୩ ତାରିଖରେ ବିଧାୟକ ଅଶ୍ଵିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ ତଥ୍ୟ ଦେଇ କହିଥିଲେ, କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୪୫ ହଜାର ୯୬୫ ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି। କିନ୍ତୁ କୃଷି ବିଭାଗର ତଥ୍ୟ ଅନୁସାରେ କେବଳ ୧୦ଟି ଜିଲାରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮। ୩୦ ଜିଲାକୁ ହିସାବକୁ ନିଆଗଲେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ଢେର ଅଧିକ ହେବ। ତେଣୁ କେଉଁ ଆଧାରରେ କୃଷିମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ଦେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ କୃଷିମନ୍ତ୍ରୀ ମିଥ୍ୟା ତଥ୍ୟ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। କୃଷି ମନ୍ତ୍ରୀ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

- Advertisement -

ତେବେ କଂଗ୍ରେସର ଅଭିଯୋଗ ଭିତ୍ତିହୀନ ବୋଲି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories