www.samajalive.in
Monday, December 8, 2025
13.1 C
Bhubaneswar

ବିଛା ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କୁ କରନ୍ତୁ ପୂଜାର୍ଚ୍ଚନା, ମିଳିବ ଅନେକ ଶୁଭଫଳ

ହିନ୍ଦୁ ପଞ୍ଜିକା ଅନୁଯାୟୀ, ବର୍ଷକ ମଧ୍ୟରେ ୧୨ଟି ସଂକ୍ରାନ୍ତି ପଡ଼ିଥାଏ ଓ ୧୨ଟି ରାଶିରୁ ପ୍ରତ୍ୟେକ ରାଶିରେ ସୂର୍ଯ୍ୟଦେବ ଏକ ମାସ ପର୍ଯ୍ୟନ୍ତ ରହିଥାଆନ୍ତି। ସୂର୍ଯ୍ୟଦେବଙ୍କର ଏହି ଭ୍ରମଣର ସ୍ଥିତିକୁ ସଂକ୍ରାନ୍ତି କୁହାଯାଏ। ଯେଉଁ ସମୟରେ ସୂର୍ଯ୍ୟଦେବ ବିଛା ରାଶିରେ ପ୍ରବେଶ କରନ୍ତି, ତାହାକୁ ବିଛା ସଂକ୍ରାନ୍ତି କୁହାଯାଏ। ରବିବାର ଅର୍ଥାତ ଆସନ୍ତା କାଲି ହେଉଛି ବିଛା ସଂକ୍ରାନ୍ତି।
ଏହି ଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ପବିତ୍ର ଦିନ ମାନଙ୍କ ମଧ୍ୟରେ ସଂକ୍ରାନ୍ତି ଗୋଟିଏ। ବିଛା ସଂକ୍ରାନ୍ତିର ଦିନ ଧାର୍ମିକ କାର୍ଯ୍ୟ ପାଇଁ ଖୁବ ଶୁଭ।
ବିଛା ସଂକ୍ରାନ୍ତିରେ ବ୍ରତ, ପୂଜାର୍ଚ୍ଚନା କରିବା ଦ୍ୱାରା ଧନ ସହ ସମ୍ବନ୍ଧିତ ବହୁ ସମସ୍ୟା ଦୂର ହୋଇଥାଏ।
ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂକ୍ରାନ୍ତି ଖୁବ ଶୁଭଫଳ ପ୍ରଦାନ କରେ।
ଏହିଦିନ ଦାନ କରିବା ଦ୍ୱାରା ଖୁବ ବିଶେଷ ଫଳ ପ୍ରାପ୍ତି ହୋଇଥାଏ।
ଏହି ଦିନ ବ୍ରାହ୍ମଣ ମାନଙ୍କୁ ଗୋଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି।
ଏହି ସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ପ୍ରଭୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ତମ୍ବା ଲୋଟାରେ ଜଳରେ ଲାଲ ଚନ୍ଦନ , ଲାଲ ଫୁଲ ପକାଇ ପ୍ରଭୁ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
ଏହିଦିନ ଦୀପ ଦାନ ଓ ବସ୍ତ୍ର ଦାନର ମଧ୍ୟ ଖୁବ ମହତ୍ତ୍ୱ ରହିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories