www.samajalive.in
Wednesday, December 10, 2025
16.1 C
Bhubaneswar

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଜବତ

ସମ୍ବଲପୁର : ସମ୍ବଲପୁରର ମୋଦୀପଡ଼ାର ପାଣି ଟାଙ୍କି ନିକଟରେ ଥିବା ଏକ ବନ୍ଦ ଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ରୁ ୪ ଦିନ ହେବ ଉକ୍ତ ଘରର କବାଟରେ ତାଲା ପଡ଼ିଥିଲା। ମାତ୍ର ଗୁରୁବାର ସେହି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପୁଲିସକୁ ସ୍ଥାନୀୟଲୋକେ ଖବର ଦେଇଥିଲେ। ମାତ୍ର ଗତକାଲି ରାତି ହୋଇ ଯିବାରୁ ଆଜି ସକାଳ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇ ଘର ଭିତରୁ ମୃତଦେହ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‍ ଟିମ, ସନ୍ଧାନୀ କୁକୁର ସହିତ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ଓ ତାଙ୍କ ପରିବାର ସମ୍ପର୍କରେ ଏଯାବତ୍‍ କୌଣସି ସୂଚନା ମିଳିନାହିଁ। ସେମାନେ ଦିନ ମଜୁରିଆଭାବେ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ମହିଳାଜଣଙ୍କ ତାଙ୍କ ସ୍ୱାମୀ ଓ ଏକ ଶିଶୁ ପୁତ୍ର ସହ ପ୍ରାୟ ୧୫ ଦିନ ହେବ ଉକ୍ତ ଘରେ ଭଡ଼ାରେ ରହୁଥିଲେ। ଘଟଣା ପରଠାରୁ ମହିଳାଙ୍କ ସ୍ୱାମୀ ଓ ଶିଶୁ ପୁତ୍ରର କୌଣସି ପତ୍ତା ମିଳିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories