www.samajalive.in
Saturday, December 13, 2025
14.1 C
Bhubaneswar

ସାବରୀମାଳା ମନ୍ଦିର ମାମଲା: ୭ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୭ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏଣିକି ସାବରୀମାଳା ମନ୍ଦିର ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟ ୫ ଜଣିଆ ବିଚାରପତିଙ୍କ ମଧ୍ୟରୁ ୩:୨ ବହୁମତ ଆଧାରରେ ପୁନର୍ବିଚାର ପିଟିଶନକୁ ଗୁରୁବାର ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରିଛନ୍ତି। ୫ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ବିଚାରପତି ଫଲୀ ନରୀମନ ଏବଂ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ପୁନର୍ବିଚାର ପିଟିଶନ ଉପରେ ଅସହମତି ପ୍ରକାଶ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସମେତ ବିଚାରପତି ଏ. ଏମ. ଖାନୱିଲକର ଓ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ସମର୍ଥନ ବଳରେ ମାମଲାକୁ ବୃହତ୍‌ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଛି।

ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି, ପୂଜା ସ୍ଥଳଗୁଡ଼ିକରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ କେବଳ ଏହି ମନ୍ଦିର ପର୍ଯ୍ୟନ୍ତ ସୀମିତ ରହିନାହିଁ। ମସଜିଦ୍‌ ଏବଂ ପାର୍ସୀ ମନ୍ଦିରଗୁଡ଼ିକରେ ମଧ୍ୟ ମହିଳାଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ରହିଛି। ଧର୍ମ ଏବଂ ବିଶ୍ଵାସ ଉପରେ ଯୁକ୍ତିତର୍କକୁ ପୁନର୍ଜୀବିତ କରିବା ଆବେଦନକାରୀମାନଙ୍କ ଉଦ୍ଦେଶ୍ୟ ଥିଲା। ପ୍ରଧାନ ବିଚାରପତି ନିଜ ତରଫରୁ ଏବଂ ବିଚାରପତି ଏ. ଏମ. ଖାନୱିଲକର ଓ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ତରଫରୁ ଏହି ରାୟ ପଢ଼ି ଶୁଣାଇଥିଲେ। ଏହି ବୃହତ୍‌ ଖଣ୍ଡପୀଠରେ ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ବଳବତ୍ତର ରହିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ମସଜିଦଗୁଡ଼ିକରେ ମହିଳାମାନଙ୍କ ପ୍ରବେଶ ଉପରେ କଟକଣାର ଉଦାହରଣ ଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, ସୁପ୍ରିମକୋର୍ଟ ସାବରୀମାଳା ଭଳି ଧାର୍ମିକ ସ୍ଥଳଗୁଡ଼ିକ ପାଇଁ ଏକ ସମାନ ନୀତି ପ୍ରସ୍ତୁତ କରିବା ଉଚିତ। ଏଭଳି ଧାର୍ମିକ ପ୍ରସଙ୍ଗ ଉପରେ ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠକୁ ବିଚାର କରିବା ଆବଶ୍ୟକ।

- Advertisement -

ସୂଚନାଯୋଗ୍ୟ, ସାବରୀମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ ବର୍ଗର ମହିଳାମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ପ୍ରତିବନ୍ଧକକୁ ଉଠାଇ ଦେଇଥିଲେ। ପରେ ସୁପ୍ରିମକୋର୍ଟ ନିଜ ରାୟର ପୁନର୍ବିଚାର କରିବା ଲାଗି ପିଟିଶନ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରୁଥିଲେ। ଗୁରୁବାର ଖଣ୍ଡପୀଠ ଏହାକୁ ୭ ଜଣିଆ ବୃହତ୍‌ ଖଣ୍ଡପୀଠ ନିକଟକୁ ଶୁଣାଣି ପାଇଁ ପଠାଇ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories