www.samajalive.in
Thursday, December 11, 2025
15.1 C
Bhubaneswar

ଜୋର ଧରିଲା ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ – ବିଧାନସଭା ବାରମ୍ବାର ମୁଲତବୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗରେ ଗୁରୁବାର ମଧ୍ୟ ବିରୋଧୀଙ୍କ ପକ୍ଷରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିବାକୁ ପଡିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକାର୍ଯ୍ୟ ପରିଚାଳନା କରିବାକୁ ଆସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିଜେଡି ସଭ୍ୟ ରମେଶ ଚନ୍ଦ୍ର ସାଏଙ୍କର ମନୋହର ଜଳସେଚନ ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେବା ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଡାକିଥିଲେ।

ମନ୍ତ୍ରୀ ଆରୁଖ ଉତ୍ତର ପଢ଼ିବା ଆରମ୍ଭ କରିଥିବା ବେଳେ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ନିଜ ଆସନରେ ଠିଆହୋଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଉପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ବାଚସ୍ପତି ତାଙ୍କ ଦାବିକୁ ଗ୍ରହଣ କରି ନଥିଲେ, ବରଂ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଦାବି ଗ୍ରହଣ କରାନଯିବାରୁ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ସଭ୍ୟ ରମେଶ ଜେନା, ଭାଗିରଥି ଗମାଙ୍ଗ, ସି.ଏସ୍‍.ରାଜେନ୍‍ ଏକ୍କା, ଅଧୁରାଜ ପାଣିଗ୍ରାହୀ, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଗୃହର ମଧ୍ୟଭାଗକୁ ଯାଇ ସରକାରୀ ବିରୋଧୀ ସ୍ଲୋଗାନମାନ ଦେଇଥିଲେ।

- Advertisement -

ବାହିନୀପତି ବିଧାନସଭା ସଚିବଙ୍କ ଚେୟାର ଉପରେ ଚଢ଼ିଯାଇ ବାଚସ୍ପତିଙ୍କ ମଞ୍ଚକୁ ହାତରେ ବାଡେଇଥିଲେ। ଅନୁରୂପ ଭାବେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁଘଟଣା ଉଠାଇ ଆଲୋଚନା ଦାବି ନେଇ ବିଜେପି ସଭ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସିଥିଲେ। ବିଧାୟକ ମୋହନ ମାଝୀ, ମୁକେଶ ମହାଲିଙ୍ଗ, ମଦନମୋହନ ଦତ୍ତ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ବିଷ୍ଣୁ ସେଠୀ, ଶଙ୍କର ଓରାମ, ସନାତନ ବିଜୁଳି ପ୍ରମୁଖ ସରକାରୀ ବିରୋଧୀ ସ୍ଲୋଗାନମାନ ଦେବା ସହିତ ଗୃହ ମଧ୍ୟରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories