www.samajalive.in
Sunday, December 14, 2025
26.1 C
Bhubaneswar

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଡିସେମ୍ବର ୧୪ ତାରିଖରେ ଏହାର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ୍‍ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରିଥିଲେ। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‍ ଗଠନ କରାଯାଇଛି। ଗତ ସେପ୍ଟେମ୍ବର ୨୯ ତାରିଖରେ ଉଭୟ ରାଜ୍ୟରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲକୁ ଜଣାଇଥିଲେ। ଏହାପରେ ମାମଲାର ଶୁଣାଣିକୁ ଟ୍ରିବ୍ୟୁନାଲ୍‍ ନଭେମ୍ବର ୩୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ।
ସୂଚନାଯୋଗ୍ୟ, ଉଭୟ ରାଜ୍ୟରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ ନଭେମ୍ବର ୨୯ ସୁଦ୍ଧା ଶେଷ ହେବା ସହ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ। ଏହି ରିପୋର୍ଟ ଦାଖଲ ହେବା ପରେ ମହାନଦୀ ଜଳବିବାଦ ମାମଲାରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲ ରାୟ ଶୁଣାଇବାର ସମ୍ଭାବନା ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories