www.samajalive.in
Tuesday, December 9, 2025
23.1 C
Bhubaneswar

ଆଜି ସାରା ଦେଶ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ପାଳୁଛି ‘ଶିଶୁଦିବସ’

ଭୁବନେଶ୍ୱର : ଗୁରୁବାର ଅର୍ଥାତ ଆଜି ହେଉଛି ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଏହି ଦିନଟିକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଶିଶୁ ଦିବସ ଅର୍ଥାତ ପିଲାଙ୍କ ପାଇଁ ଦିନଟିଏ। ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଚାଚା ନେହେରୁ ମଧ୍ୟ କୁହାଯାଏ। ସେ ଛୋଟ ପିଲାଙ୍କୁ ଖୁବ ସ୍ନେହ ଓ ଆଦର କରୁଥିଲେ। ଏହାସହ ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବାରୁ ଶିଶୁମାନଙ୍କ ପ୍ରତି ରାଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁ ଦିବସ ଭାବେ ପଣ୍ଡିତ ଜବାହରଲାଲ ନେହେରୁ ନାମିତ କରିଥିଲେ। ଏହାପରଠୁ ସମସ୍ତ ଶିକ୍ଷାନୁଷ୍ଠାନରେ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି। ଆଜି ଶିଶୁ କାଲିର ନାଗରିକ ବୋଲି କୁହାଯାଏ। ଦେଶକୁ ଉନ୍ନତିକାମୀ କରିବାକୁ ହେଲେ ଶିଶୁମାନଙ୍କର ସଠିକ ଶାରିରୀକ ଓ ମାନସିକ ବିକାଶ ପାଇଁ ସେ ସର୍ବଧା ଧ୍ୟାନ ଦେଇ ଆସୁଥିଲେ। ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା। ସେ ଶିଶୁପ୍ରିୟ ଓ ଶିଶୁ ବତ୍ସଳ ଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories