ରାଇବୁର ଜଙ୍ଗଲରେ ହାତୀପଲ

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଦିଗିପଶି ପଞ୍ଚାୟତର ହରିଡାଗୋଠ, ନୂଆଗାଁ, ତାଳଡିହା, ରାଇବୁର ଜଙ୍ଗଲ ଇଲାକାରେ ମୟୂରଭଞ୍ଜ ଜିଲାରୁ ଏକ ହାତୀପଳ ପଶି ଆସିଛନ୍ତି। ଏଥିପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।  ମଙ୍ଗଳବାର ଅପରାହ୍ନରେ ରାଇବୁର ଜଙ୍ଗଲରେ ଏହି ହାତୀପଲଙ୍କୁ ସ୍ଥାନୀୟ ଲୋକେ ଘଉଡେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ସାହାରପଡା ବନପାଳ ସୁକୁମାର ଜେନା ଓ ଅନ୍ୟାନ୍ୟ ବନ କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିଛନ୍ତି । ଏହି ହାତୀପଲରେ ଦୁଇଟି ବଡ ଦନ୍ତା, ଦୁଇଟି ଶିଶୁ ହାତୀଙ୍କ ସମେତ ୧୦ରୁ ୧୨ଟି ହାତୀ ଥିବା ବନ ବିଭାଗ ଆକଳନ କରିଛି ।

Comments are closed.