www.samajalive.in
Friday, December 12, 2025
15.1 C
Bhubaneswar

ଧାମରାରେ ବିଦ୍ୟୁତ ଖୁଣ୍ଟପଡ଼ି ଯାତାୟତ ବନ୍ଦ

ଧାମରା  : ଧାମରା ନିକଟସ୍ଥ କରଣପଲ୍ଲୀ ଠାରେ ଏକ ବିଦ୍ୟୁତ ଖୁଣ୍ଟ ରାସ୍ତା ଉପରେ ପଡିଯିବାରୁ ଧାମରା ଓ ବାସୁଦେବପୁରକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି।

ସୂଚନା ଅନୁଯାୟୀ, ବାତ୍ୟା ବୁଲୁବୁଲ ପ୍ରଭାବରେ ସମସ୍ତ ବିଦ୍ୟୁତ ଖୁଣ୍ଟର ଅବସ୍ଥା ଠିକ ନଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ଖୁଣ୍ଟ କରଣପଲ୍ଲୀ ରାସ୍ତା ଉପରେ ପଡି ଯାଇଥିଲା। ଏହା ଫଳରେ ଧାମରା ପ୍ରତିରକ୍ଷା ବିଭାଗର ବହୁ ଗାଡି ଏବଂ ଧାମରରୁ ବାସୁଦେବପୁର ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ବସ, ଟ୍ରକ ଗୁଡିକ ବନ୍ଦ ହୋଇ ରହିଛି। ଧାମରାରୁ ବୋଇତବନ୍ଦାଣ ଉତ୍ସବରେ ଯୋଗ ଦେଇ ଫେରୁଥିବା ଭଦ୍ରକ ସାଂସଦ, ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଗାଡି ଗୁଡିକ ଏହି ବିଦ୍ୟୁତ ଖୁଣ୍ଟ ପାଇଁ କରଣପଲ୍ଲୀ ଠାରେ ଅଟକି ରହିଥିବା ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories