www.samajalive.in
Monday, December 8, 2025
24.1 C
Bhubaneswar

ହରି-ହର ପୀଠରେ ବିପୁଳ ଭକ୍ତ ସମାଗମ – ସନ୍ଧ୍ୟାରେ ମହାଦେବଙ୍କ ସୁନାବେଶ 

ବଡ଼ସାହି : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ତଥା ରାସ ପୂର୍ଣ୍ଣିମା ଅବସରରେ ଉତ୍ତର ଓଡିଶାର ପ୍ରସିଦ୍ଧ ହରି-ହର ପୀଠ ମାଣତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ବୋଇତ ଭସାଣ ପାଇଁ ଭକ୍ତଙ୍କ ଭିଡ ହୋଇଥିଲା ଏବଂ ପୂର୍ବାହ୍ନରେ ମଙ୍ଗଳ ଆଳତୀ, ବାଲ୍ୟଭୋଗ, ସାଧାରଣ ଦର୍ଶନ ଓ ପଞ୍ଚୁକ ପୂଜା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଙ୍କୀର୍ତ୍ତନ ଦଳ ପକ୍ଷରୁ ମନ୍ଦିର ତଥା ଗ୍ରାମ ପରିକ୍ରମା ସକାଳର ପରିବେଶକୁ ଭିନ୍ନ ରୂପ ଦେଇଥିଲା। ଜିଲା ତଥା ଜିଲା ବାହାରୁ ପ୍ରାୟ ଭକ୍ତ ଦିଅଁ ଦର୍ଶନ ପୂର୍ବକ ପୂଜା ଅର୍ଚ୍ଚନା କରି ଘରକୁ ଫେରିଥିଲେ।

ସନ୍ଧ୍ୟାରେ ମହାଦେବଙ୍କ ସୁନାବେଶ (ସିଂହାରବେଶ) ଅନୁଷ୍ଠିତ ହେବ। ସ୍ଥାନୀୟ ବିକେବି ଯୁବକ ସଂଘ ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ୩ଦିନିଆ ୯ମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବର୍ଷକୁ ବର୍ଷ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେତୁ ମନ୍ଦିର ପ୍ରାଙ୍ଗଣରେ ବସୁଥିବା ଦିନିକିଆ ମେଳାରେ ବିଭିନ୍ନ ଛୋଟବଡ ଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ବୈଶିଙ୍ଗା ପୁଲିସ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଦେଉଳିଆ, ପ୍ରତାପପୁର, ସିଂହଟିଆ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ଓ ଶାଳଗାଁର ଗୋକୁଳ ଚନ୍ଦ୍ର ରାୟ ମହାପ୍ରଭୁଙ୍କ ମନ୍ଦିର ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବ୍ଲକରେ ପ୍ରବାହିତ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀ ଓ ଜଳାଶୟମାନଙ୍କରେ ପ୍ରତ୍ୟୁଷରେ ବୋଇତ ଭସାଣ ସାଙ୍ଗକୁ ଆତସବାଜି ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories