www.samajalive.in
Sunday, December 14, 2025
15.1 C
Bhubaneswar

ଗୋପାଳପୁରରେ ସ୍ବଛ ନିର୍ମଳ ବେଳାଭୂମି ଅଭିଯାନ ଆରମ୍ଭ

ଗୋପାଳପୁର : ସପ୍ତାହେ ବ୍ୟାପି ବେଳାଭୂମି ସଫେଇ କରିବା ସ୍ଲୋଗାନ ନେଇ ସୋମବାର  ଠାରୁ ସ୍ବଛ ନିର୍ମଳ ବେଳାଭୂମି ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୭ତାରିଖ ପର୍ଯ୍ୟନ୍ତ ସକାଳ ସମୟରେ ବେଳାଭୂମିରେ ସଫେଇ ସହ ସଚେତନତା କରାଯିବା ଏଥିରେ ଗୋପାଳପୁର ସମେତ ସୁନାପୁର ବେଳାଭୂମିକୁ ନିର୍ମଳ ରଖିବା ପାଇଁ  ସ୍କୁଲ ଛାତ୍ରଛାତ୍ରୀ , ମହିଳା ସଂଘ ସଦସ୍ୟା, ବରିଷ୍ଠ ନାଗରିକ, ଓ ଅନ୍ୟାନ୍ୟ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଗୋପାଳପୁର ଅଣାଯାଇ ବେଳାଭୂମି ସଫେଇ ସହ ବେଳାଭୂମିକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ରଖିବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହା ଆଉ ଏକ ପଦକ୍ଷେପ ବୋଲି ଗଞ୍ଜାମ ଜିଲାପାଳ ଶ୍ରୀ କୁଲାଗେଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ,ପରିବେଶ ଓ କ୍ଲାଇମେଟ ଚେଞ୍ଜ ବିଭାଗ ସହାୟତାରେ ଜିଲା ଶିକ୍ଷା ବିଭାଗ ଓ ଇକୋ କ୍ଲବ ପକ୍ଷରୁ ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ସଫେଇ କାର୍ଯକ୍ରମ ଚାଲୁ ରହିବ। ଆଜି ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲାପାଳ ଶ୍ରୀ କୁଲାଗେଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜେ ବେଳାଭୂମିରୁ ଅଳିଆ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଅସାହେବ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ରଗେଂଇଲୁଣ୍ଡା ବ୍ଲକ ବିଡ଼ିଓ କୁମାର ନାଗଭୂଷଣ, ବ୍ଲକ ଶିକ୍ଷାଧିକାରୀ ଡ଼ ପ୍ରଭାତୀ କୁମାରୀ ମହାପାତ୍ର, ଗୋପାଳପୁର ଏନ୍ ଏ ସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ, ଇକୋ କ୍ଲବ ଜିଲା ସଂଯୋଜକ ଡ଼ ଶଙ୍କର ନାରାୟଣ ବେଜ୍ ପ୍ରମୁଖ ଉପସ୍ଥିତ ରହିଥିଲେ ଆଜିର ଏହି କାର୍ଯ୍ୟକ୍ରମରେ ଆଠଟି ବିଦ୍ୟାଳୟର ସ୍କାଉଟ ଗାଇଡ, ଏନସିସି, ଇକୋ କ୍ଲବ, ରେଡକ୍ରସର  ୩୦୦ ଛାତ୍ରଛାତ୍ରୀ ଏଥିରେ ସାମିଲ ରହି ବେଳାଭୂମି ସଫେଇ କରିଥିଲେ। ଏହା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସକାଳ ସମୟରେ ବେଳାଭୂମି ସଫେଇ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।

 

- Advertisement -

 

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories