www.samajalive.in
Sunday, December 14, 2025
26.1 C
Bhubaneswar

ବୁଲବୁଲରେ ଉଜୁଡିଥିବା କ୍ଷେତର ପରିଦର୍ଶନ କଲେ ଜିଲା ପ୍ରଶାସନ ଓ କୃଷି ଅଧିକାରୀ

ଆରଡି :  ବାତ୍ୟା ବୁଲବୁଲରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଆରଡି, ଓଳଗ, ନାନ୍ଦପୁର ଓ ସୁନ୍ଦପୁର ପଞ୍ଚାୟତରେ ଶହଶହ ହେକ୍ଟର ଚାଷଜମିରେ ପାଣି ଜମି ରହିଥିବାରୁ ପାଚିଲା ଧାନର କେଉଁଠି କଳା ପଡିଗଲାଣିତ ଆଉ କେଉଁଠି ଗଜା ହେବାକୁ ବସିଲାଣି। ଏପରି ସ୍ଥିତିରେ ଚାଷିମାନେ ଧାର କରଜ କିପରି ସୁଜିବେ ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୁଲବୁଲର ପ୍ରକୋପ ଛାଡିବା ପରେ ସୋମବାର ଉଜୁଡି ଯାଇଥିବା ଅମଳ ଧାନର କ୍ଷୟକ୍ଷତିର ଆକଳ ନିମନ୍ତେ ଜିଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷେତ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ଆରଡି ରାଜସ୍ୱ ନୀରିକ୍ଷକ ଦେବାଷିଶ ରାୟ, କୃଷି ବିଭାଗର ଭିଏଲଡବ୍ଲୁ ରଞ୍ଜିତା ପଣ୍ଡାଙ୍କ ନେତୃତ୍ୱରେ ୪ଜଣ ଟିମ ବିଭିନ୍ନ ଅଞ୍ଚଳକୁ ଯାଇ ଚାଷୀମାନଙ୍କୁ ଭେଟିବା ସହ ବର୍ଷାପାଣିରେ ବୁଡି ରହିଥିବା ଅମଳଧାନର ମାନ ଦେଖିଥିଲେ। ତାହାସହ ଖାଲୁଆ ଜମିରେ ବର୍ଷାପାଣିରେ  ଅମଳ ହେବାକୁ ଥିବା ଧାନ ବୁଡି ରହିଛି। ସେହିପରି ପବନରେ ସମସ୍ତ ଧାନକ୍ଷେତରେ ଧାନଥୋଡ ସହ ପାଚିଲା ଧାନ ଲୋଟୁଥିବା ଦେଖିବାକୁ ପାଇଥିଲେ। ପରିଦର୍ଶନରେ ଯାଇଥିବା ଅଧିକାରୀମାନଙ୍କ କହିବା ଅନୁଯାୟୀ ଉକ୍ତ ଅଞ୍ଚଳରେ ବୁଲବୁଲ ପ୍ରଭାବରେ ସମସ୍ତ ଧାନକ୍ଷେତରେ କ୍ଷତି ଘଟିଥିବା ପ୍ରକାଶ କରିଥିଲେ।

 

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories