www.samajalive.in
Wednesday, December 10, 2025
16.1 C
Bhubaneswar

ବାତ୍ୟା କ୍ଷତିଗ୍ରସ୍ତ ଚାନ୍ଦବାଲିରେ ଆର୍‍ଡିସି: ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଚାନ୍ଦବାଲି : ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲ୍‍ବୁଲ୍‍’ ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‍ର ଅନେକ ଅଞ୍ଚଳ ଖୁବ୍‍ କ୍ଷତିଗ୍ରସ୍ତ ହୋଇଛି। ତାଣ୍ଡବର ୧୨ ଘଣ୍ଟା ପରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର(ଆର୍‍ଡିସି) ଅନୀଲ ସାମଲ ବ୍ଲକର ଭାଟପଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳର କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନଙ୍କ ସହ ଅଲୋଚନା କରିଥିଲେ। ତାଙ୍କ ସହ ଭଦ୍ରକ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ବିଡିଓ ଶ୍ୟାମସୁନ୍ଦର ଟୁଡୁ ପ୍ରମୁଖ ସାମିଲ ଥିଲେ। ପରେ ବ୍ଲକ୍‍ ସଭାଗୃହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ଓ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ବାତ୍ୟା ପ୍ରଭାବରେ ଫସଲ ନଷ୍ଟ ଓ ଘର ଭଙ୍ଗା ଆକଳନ ଶୀଘ୍ର ସାରିବାକୁ ଆର୍‍ଡିସି ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକ ପରେ ସମ୍ବାଦଦାତାମାନଙ୍କୁ ସୂଚନା ଦେଇ ଆର୍‌ଡିସି ସାମଲ କହିଛନ୍ତି, ‘‘ବୁଲ୍‌ବୁଲ୍‌ ପ୍ରଭାବରେ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁନରୁଦ୍ଧାର କାର୍ଯ୍ୟ ତୀବ୍ର ଗତିରେ ଚାଲିଛି। ଧାମରାରେ ବିଦ୍ୟୁତ ସରବରାହ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ୨ ଦିନ ମଧ୍ୟରେ ଓ ଚାନ୍ଦବାଲିରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସ୍ବାଭାବିକ ହେବ। ଏହା ସହିତ ୫୦ଟି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି’’।

- Advertisement -

ଉକ୍ତ ସମୀକ୍ଷା ବୈଠକରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ଜେନା, ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ଏହାପରେ ଆର୍‍ଡିସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ନିରାମୟ ଯୋଜନାର ତଦାରଖ କରିଥିଲେ ଓ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories