www.samajalive.in
Saturday, December 13, 2025
26.1 C
Bhubaneswar

ରସିଦ୍‌ ବିଶ୍ୱର ସର୍ବକନିଷ୍ଠ ଅଧିନାୟକ ହେବେ

କାବୁଲ : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ହାସଲ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ସ୍ପିନର ରସିଦ୍‌ ଖାନ୍‌। ଆଇସିସି ଦିନିକିଆ ଓ ଟ୍ୱେଣ୍ଟି୨୦ ମାନ୍ୟତାରେ ୧ନଂ ବୋଲରର ମାନ୍ୟତା ହାସଲ କରିଥିବା ରସିଦ୍‌ଙ୍କୁ ଆଇସିସି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ହାସଲ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। ପୂର୍ବରୁ ଆଫଗାନିସ୍ତାନର ଅଧିନାୟକ ଦାୟିତ୍ୱ ନିର୍ବାହ କରି ଆସୁଥିବା ଅସଗର୍‌ ଷ୍ଟାନିଇକଜାଇଙ୍କ ଆପେଣ୍ଡିସାଇଟ୍‌ସ ଅସ୍ତ୍ରୋପଚାର ହୋଇଥିବାରୁ ବିଶ୍ୱକପ୍‌ ଯୋଗ୍ୟତା ହାସଲ ଟୁର୍ଣ୍ଣାମେଣ୍ଟରେ ରସିଦ୍‌ଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଆଫଗାନିସ୍ତାନ ନିଜର ପ୍ରଥମ ମ୍ୟାଚ୍‌ ସ୍କଟଲ୍ୟାଣ୍ଡ ବିରୋଧରେ ମାର୍ଚ୍ଚ ୪ରେ ଖେଳିବ।
ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଖେଳିବା ସମୟରେ ରସିଦ୍‌ଙ୍କୁ ୧୯ ବର୍ଷ ୧୬୫ ଦିନ ହୋଇଥିବ। ପୂର୍ବରୁ ବାଂଲାଦେଶର ରଜିନ୍‌ ସଲେ୍‌ ୨୦ ବର୍ଷ ୨୯୭ ଦିନରେ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ହାସଲ କରିଥିଲେ।
ରସିଦ୍‌ ଆଫଗାନିସ୍ତାନ ତରଫରୁ ୩୭ଟି ଦିନିକିଆ ମ୍ୟାଚ୍‌ ଖେଳି ୮୬ ଓ ୨୯ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳି ୪୭ଟି ୱିକେଟ୍‌ ହାସଲ କରିଛନ୍ତି। ଚଳିତ ସିଜିନ୍‌ ଆଇପିଏଲ୍‌ରେ ସେ ସନରାଇଜର୍ସ ହାଇଦରାବାଦ୍‌ ତରଫରୁ ଖେଳିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories