www.samajalive.in
Thursday, December 11, 2025
13.1 C
Bhubaneswar

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ (ରାଜେସ ଚନ୍ଦ୍ର ବେହେରା) : ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଦେଶର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ‘ରନ୍‌ ମେସିନ’, କିଙ୍ଗ କୋହଲି ମଙ୍ଗଳବାର ୩୨ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିରାଟଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରମାନେ ଏବଂ ଅନେକ କିମ୍ବଦନ୍ତୀ କ୍ରିକେଟର ଏବଂ ବିସିସିଆଇ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।

- Advertisement -

ଏହି ଦିନଟିକୁ ଖାସ୍‌ କରିବା ପାଇଁ ବିରଟ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଭୂଟାନରେ ପହଞ୍ଚିଛନ୍ତି। ସେ ୧୯୮୮ ମସିହା ନଭେମ୍ବର ମାସ ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୦୮ମସିହା ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ବିରାଟ୍‌ ମାତ୍ର ୧୦ ବର୍ଷ ମଧ୍ୟରେ ଏକାଧିକ ରେକର୍ଡକୁ ନିଜ ନାଁରେ କରିଛନ୍ତି। ଏପର୍ୟ୍ୟନ୍ତ ସେ ୮୨ଟି ଷ୍ଟେ ଖେଳିଛନ୍ତି। ଯେଉଁଥିରେ ୫୪.୮ ହାରରେ ମୋଟ ୭୦୬୬ ରନ୍‌ କରିଛନ୍ତି। ସେଥିମଧ୍ୟରୁ ୨୬ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି। ସେହିପରି ୨୩୦ଟି ଏକଦିବସୀୟ ମ୍ୟାଚ୍‌ରୁ ୬୦.୩ ହାରରେ ୧୧୫୨୦ ରନ୍‌ କରିଛନ୍ତି। ଯେଉଁଥିରେ ୪୩ଟି ଶତକ ଏବଂ ୫୪ଟି ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ୭୨ଟି ମ୍ୟାଚରୁ ୫୦.୦ ହାରରେ ୨୪୫୦ ରନ୍‌ କରିଛନ୍ତି। ସେଥିରେ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories