www.samajalive.in
Sunday, December 14, 2025
23.1 C
Bhubaneswar

ଡା. ହୋତାଙ୍କୁ ବ୍ରହ୍ମପୁର ବଦଳି

ଏସ୍‌ସିବିରେ ଜେଡିଏର କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : କଟକ ବଡ଼ ଡାକ୍ତରଖାନା ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟଙ୍କୁ ସରକାର ବ୍ରହ୍ମପୁର ମେଡିକାଲ କଲେଜକୁ ବଦଳି କରିଛନ୍ତି। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗର ଏକ ନିର୍ଦେଶନାମା ମଙ୍ଗଳବାର ଅପରାହ୍ଣରେ ପ୍ରକାଶ ପାଇଛି। ନିର୍ଯାତନା ଅଭିଯୋଗ ଆସିଥିବା ବିଭାଗୀୟମୁଖ୍ୟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବଦଳି ପରେ କନିଷ୍ଠ ଡାକ୍ତର ସଂଘ(ଜେଡିଏ)ର ଆସନ୍ତାକାଲି ଜରୁରୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ସଂଘର ସଦସ୍ୟ ଡା. ଅମୀୟ ପାଲ କହିଛନ୍ତି।
ପ୍ରକାଶ, ଡାକ୍ତର ହୋତାଙ୍କ ବଦଳି ଦାବି କରି ୧୯ତାରିଖରୁ ଜେଡିଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା। ଆଜିଠାରୁ ସଂଘ ପକ୍ଷରୁ ୧୨ଘଣ୍ଟିଆ ରିଲେ ଅନଶନ ଆରମ୍ଭ କରାଯାଇଥିଲା। ରୋଗୀସେବା ନ କରି ଅନଶନରେ ବସିଥିବା ଜେଡିଏ ସଦସ୍ୟଙ୍କୁ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ଭେଟି ଆଲୋଚନା କରିଥିଲେ। ରୋଗୀସେବା ପ୍ରଭାବିତ ନ କରିବାକୁ ନଗର କଂଗ୍ରେସ ସଭାପତି ଇଂ ମହମ୍ମଦ ମୋକିମ ଆନ୍ଦୋଳନକାରୀ ମେଡିକାଲ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପରେ ସେମାନେ ମେଡିକାଲ ଅଧୀକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ରୋଗୀସେବା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ନେତୃତ୍ୱରେ ଭୃଗୁ ବକ୍ସିପାତ୍ର, ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସରକାର ଜେଡିଏ ଦାବି ସମ୍ପର୍କରେ ଅବଗତ ଥିବା କହିଛନ୍ତି। ବିଜେପି ଓ କଂଗ୍ରେସ ଅଯଥାରେ ଡାକ୍ତରୀ ଛାତ୍ର ଆନ୍ଦୋଳନରେ ରାଜନୀତି କରିବାକୁ ଚେଷ୍ଟା କରୁଥିବା କହିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories