www.samajalive.in
Thursday, December 11, 2025
13.1 C
Bhubaneswar

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

ଭାରତୀୟମାନେ ଡାକ୍ତରଙ୍କ ଉପରେ ବିଶ୍ବାସ କରିବା ସହ ଘରୋଇ ଉପଚାର ଉପରେ ବିଶ୍ବାସ କରନ୍ତି। ଆଈ ମା’ କାଳରୁ ରହି ଆସିଥିବା କିଛି ଘାରୋଇ ଉପଚାର ଆଜି ମଧ୍ୟ ମଣିଷ ଜୀବନର ଛୋଟ ବଡ ରୋଗ ଭଲ କରିବା​‌ରେ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଡାକ୍ତରଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଆଈ ମା’ ଅମଳର କିଛି ଘରୋଇ ଉପଚାର ବ୍ୟବହାର କରି ରୋଗକୁ ନିୟନ୍ତ୍ରଣାଧୀନ କରାଯାଇ ପାରୁଛି। ସେହିପରି ଆଜି ଆମେ ଏପରି ଏକ ଔଷଧୀୟ ଗୁଣରେ ଭରପୁର ଥିବା ପତ୍ର ବିଷୟରେ ଜାଣିବା, ଯାହା ଦ୍ବାରା ସଂକ୍ରମଣ, ଘାଁ, କୁଣ୍ଡିଆ ଏବଂ ଫୁଲିବା ଭଳି ରୋଗକୁ ଭଲ କରିପାରିବା।

- Advertisement -

ସେହି ପତ୍ରଟି ହେଉଛି କଇଁଆ ବା ତେନ୍ତୁଳି ଗଛର ପତ୍ର। ଏହି ପତ୍ର ଦ୍ବାରା ତ୍ବଚା ସଂକ୍ରମଣଜନିତ ରୋଗକୁ ରୋକ ଯାଇପାରିବ। ଏବଂ ଏହାର ଲକ୍ଷଣରୁ ମଧ୍ୟ ମୁକ୍ତି ମିଳି ପାରିବ।

ତେନ୍ତୁଳି ଗଛର ପତ୍ରରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ। ଯାହା ଦ୍ବାରା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ଶରୀରକୁ ରକ୍ଷା କରାଯାଇପାରିବ। ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ।

ତେନ୍ତୁଳି ପତ୍ରରୁ ରସ ବାହାର କରି ଘାଁରେ ଲଗାଇବା ଦ୍ବାରା ତାହା ଶୀଘ୍ର ସୁଖି ଯାଇଥାଏ। ଏହା ସହ ନୂଆ କୋଷିକା ମଧ୍ୟ ପ୍ରସ୍ତୁତ କରିଥାଏ।

ତେନ୍ତୁଳି ପତ୍ର ସେବନ କରିବା ଦ୍ବାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ଦ୍ବାରା ମଧୁମେହ ଭଳି ରୋଗ ନିୟନ୍ତ୍ରିତ ରହିଥାଏ।

ସାଧାରଣତଃ ଦାନ୍ତମାଢି ଓ ନଖ ଦୁର୍ବଳ ହେବା ସହ ଥକ୍କାପଣ ଭଳି ଲକ୍ଷଣ ଦେଖିବାକୁ ମିଳେ। ତେନ୍ତୁଳି ପତ୍ରକୁ ଚୋବାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। କାରଣ ତେନ୍ତୁଳି ପତ୍ରରେ ଏକ ପ୍ରକାର ଏସିଡ୍‌ ଥାଏ, ଯାହା ଆଣ୍ଟି-ସ୍କର୍ବୀ ଭିଟାମିନ୍ ଭଳି କାର୍ଯ୍ୟ କରେ।

ଶରୀରରେ ଆଣ୍ଠୁଗଣ୍ଠି ଓ ପାଦ ଫୁଲିବା ଭଳି ସମସ୍ୟା ଦେଖା ଦେଲେ, ତେନ୍ତୁଳି ପତ୍ରର ରସକୁ ବ୍ୟବହାର କରି ଏହାକୁ ଦୂର କରି ପାରିବେ। ଏହା ପ୍ରଭାବକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏଥିରେ ଅମୃତ ଭଣ୍ଡା, ଲୁଣ ଓ ପାଣି ମିଶାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ ଯେ, ଲୁଣର ମାତ୍ରା ଯେପରି କମ୍ ରୁହେ।

ତେନ୍ତୁଳି ପତ୍ରରେ ଫୁଲିବା କମ୍ କରିବା ଗୁଣ ରହିଛି। ଯାହାକୁ ଅଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ଫୁଲାଫୁଲି ଜନିତ ରୋଗକୁ ଭଲ କରାଯାଇପାରିବ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories