ନଗଡା ଦୁର୍ନୀତି ମାମଲା; ୬ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍‌

ଭୁବନେଶ୍ବର: ନଗଡା ଆର୍ଥିକ ଦୁର୍ନୀତି ଅଭିଯୋଗରେ ୬ ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍‌ ଜାରି କରିଛନ୍ତି। ଯାଜପୁର ଜିଲାର ୬ ଜଣ ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ପ୍ରକଳ୍ପ ନିର୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ, ଧବଳଗିରି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଲୋକୟୁକ୍ତଙ୍କ ନୋଟିସ୍ ଜାରି ହୋଇଛି। ଏହା ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ୬ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି। ଆସନ୍ତା ଡିସେମ୍ବର ୯ରେ ଏହି ମାମଲାର ପରମର୍ତ୍ତୀ ଶୁଣାଣି ହେବ।

 

Comments are closed.