www.samajalive.in
Friday, December 12, 2025
26.1 C
Bhubaneswar

ପୁର୍ତ୍ତ ବିଭାଗର ୫-ଟି ପଦକ୍ଷେପ ; ୯୫ ଯନ୍ତ୍ରୀଙ୍କ ବଦଳି

ଭୁବନେଶ୍ୱର : ପୂର୍ତ୍ତ ବିଭାଗ ସରକାରଙ୍କ ୫-ଟି ପଦକ୍ଷେପ ଆଧାରରେ ଗତ ସେପ୍ଟେମ୍ବର ମାସରେ ଯନ୍ତ୍ରୀମାନଙ୍କ ବଦଳି ନେଇ ଜାରି କରିଥିବା ନିୟମାବଳୀ ପରିପ୍ରେକ୍ଷୀରେ ସମୂହ ବଦଳି କାର୍ଯ୍ୟକାରୀ କରିଛି। ବିଭାଗରେ ଅଧିକ ସ୍ବଚ୍ଛତା ଆଣିବା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ନେଇ ଏହି ବଦଳି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ପ୍ରକାଶିତ ସଙ୍କଳ୍ପରେ ଉଲ୍ଲେଖ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟର ପ୍ରାୟ ୯୫ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଉପ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ନିର୍ଦେଶନାମା ପ୍ରକାଶ ପାଇଛି।
ଯନ୍ତ୍ରୀମାନଙ୍କୁ ନିୟମାବଳୀରେ ଉଲ୍ଲେଖ ଥିବା ଦୁଇଟି ବିଷୟ ବିଚାରକୁ ନେଇ ବଦଳି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କେତେକ ଯନ୍ତ୍ରୀଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଯାଇଥିବା ବେଳେ ଅନ୍ୟ କେତେକ ଯନ୍ତ୍ରୀ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ କରିଥିବା ଆବେଦନ ବିଚାରକୁ ନେଇ ବଦଳି କରାଯାଇଛି। ବିଭାଗୀୟ ବଦଳି କମିଟିର ସୁପାରିସ ଆଧାରରେ ଏହି ଯନ୍ତ୍ରୀମାନଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।
ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ କରିଥିବା ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି ନିୟମ ଥିବାବେଳେ କୌଣସି ଅଧିକାରୀ ଯେପରି ଗୋଟିଏ ସ୍ଥାନରେ ପାଞ୍ଚବର୍ଷରୁ ଅଧିକ ନରହିବେ ତାକୁ ଗୁରୁତ୍ବ ଦେଇ ବିଭାଗ ବଦଳି ନିୟମାବଳୀ ପ୍ରସ୍ତୁତ କରିଛି। ସେହିପରି ଓଡ଼ିଶା ଇଞ୍ଜିନିୟରିଂ ସେବାର ଅଧିକାରୀ ଗୋଟିଏ ରାଜସ୍ବ ଜିଲାରେ ୧୦ବର୍ଷରୁ ଅଧିକ ରହିବେ ନାହିଁ। ଡିପ୍ଲୋମା ଇଞ୍ଜିନିୟରଙ୍କ କ୍ଷେତ୍ରରେ ଏହା ୧୫ ବର୍ଷରୁ ଅଧିକ ହେବ ନାହିଁ। ଓଡ଼ିଶା ଇଞ୍ଜିନିୟରିଂ ସେବାର ଅଧିକାରୀଙ୍କୁ ନିଜ ଜିଲାରେ ଏବଂ ଡିପ୍ଲୋମା ଇଞ୍ଜିନିୟରିଂ ସେବାର ଯନ୍ତ୍ରୀଙ୍କୁ ନିଜ ଉପଖଣ୍ଡରେ ଅବସ୍ଥାପିତ କରାଯିବ ନାହିଁ। ଦୁଇବର୍ଷରୁ କମ ଚାକିରି ଥିବା ଯନ୍ତ୍ରୀଙ୍କୁ କେବଳ ପ୍ରଶାସନିକ ଏବଂ ସ୍ବାସ୍ଥ୍ୟଗତ କାରଣକୁ ବିଚାରକୁ ନେଇ ବଦଳି କରାଯାଇପାରିବ। ସେହିପରି ଏକକାଳୀନ ୧୦ବର୍ଷ ଡେପୁଟେସନରେ ଯାଇ ଅନ୍ୟ ସଂସ୍ଥାରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ବିଭାଗକୁ ଫେରାଇ ଆଣିବା ନେଇ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଉପରୋକ୍ତ ନିୟମାବଳୀ ଆଧାରରେ ପୂର୍ତ୍ତ ବିଭାଗ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗର ଯନ୍ତ୍ରୀଙ୍କ ବଦଳି ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories