www.samajalive.in
Saturday, December 13, 2025
26.1 C
Bhubaneswar

ସ୍ବାର୍ଥଜଡ଼ିତ ସମସ୍ୟା: ଦ୍ରାବିଡ଼ଙ୍କୁ ୨ୟ ଥର ସମନ୍

ନୂଆଦିଲ୍ଲୀ : ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ୨ୟ ଥର ହାଜର ହେବା ଲାଗି ସମନ୍ ଜାରି କରିଛନ୍ତି ବିସିସିଆଇର ଏଥିକ୍‌ସ ଅଧିକାରୀ ଜଷ୍ଟିସ୍ ଡି.କେ​. ଜୈନ୍। ଦ୍ରାବିଡ଼ଙ୍କୁ ନଭେମ୍ବର ୧୨ରେ ଜଷ୍ଟିସ୍ ଜୈନଙ୍କ ସମ୍ମୁଖରେ ହାଜର ହେବା ପାଇଁ କୁହାଯାଇଛି। ଦ୍ରାବିଡ଼ଙ୍କ ବିରୋଧରେ ଏହି ସ୍ବାର୍ଥଜଡ଼ିତ ସମସ୍ୟା ଅଭିଯୋଗ ଆଣିଥିବା ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍‌ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କୁ ମଧ୍ୟ ଉକ୍ତଦିନ ଏଥିକ୍‌ସ ଅଧିକାରୀଙ୍କ ସମ୍ମୁଖରେ ହାଜରହେବା ଲାଗି କୁହାଯାଇଛି। ଜଷ୍ଟିସ୍ ଜୈନ୍‌ ତାଙ୍କ ପକ୍ଷ ମଧ୍ୟ ଶୁଣିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ; କିଛିଦିନ ତଳେ ସଞ୍ଜୀବ ଗୁପ୍ତା ଦ୍ରାବିଡ଼ଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ଦ୍ରାବିଡ଼ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ନିର୍ଦେଶକ ରହିବା ସହ ଇଣ୍ଡିଆ ସିମେଣ୍ଟ୍‌ସ କମ୍ପାନୀର ଉପସଭାପତି ରହିଛନ୍ତି। ଇଣ୍ଡିଆ ସିମେଣ୍ଟ୍‌ସ ଆଇପିଏଲ୍‌ ଦଳ ଚେନ୍ନଇ ସୁପର କିଙ୍ଗ୍‌ସର ମାଲିକାନରସ୍ବତ୍ବ ହାସଲ କରିଛି। ପୂର୍ବରୁ ଏହା ବିଷୟରେ ସ୍ପଷ୍ଟୀକରଣ ଦେଇ ଦ୍ରାବିଡ଼ କହିଥିଲେ ଯେ ସେ ଇଣ୍ଡିଆ ସିମେଣ୍ଟ୍‌ସରୁ ଛୁଟି ନେଇଛନ୍ତି ଏବଂ ଏହା ସହ କୌଣସି ଭାବେ ଆଉ ଜଡ଼ିତ ନାହାନ୍ତି। ପୂର୍ବରୁ ବହୁ କ୍ରିକେଟ ବ୍ୟକ୍ତିତ୍ବଙ୍କ ବିରୋଧରେ ସ୍ବାର୍ଥଜଡ଼ିତ ସମସ୍ୟାର ଅଭିଯୋଗ ଆଣିଛନ୍ତି ସଞ୍ଜୀବ ଗୁପ୍ତା। ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିରେ ଥିବା ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ବିରୋଧ​‌େ​‌ର ମଧ୍ୟ ସଞ୍ଜୀବ ଅନୁରୂପ ଅଭିଯୋଗ ଆଣିଥିଲେ। ପୁଣି ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)ରେ ସଦସ୍ୟ ଥିବା କପିଳ ଦେବ, ଅଂଶୁମାନ ଗାଏକ୍‌ୱାଡ଼୍ ଓ ଶାନ୍ତା ରଙ୍ଗସ୍ବାମୀଙ୍କ ବିରୋଧରେ ମଧ୍ୟ ସଞ୍ଜୀବ ଅଭିଯୋଗ କରିଥିଲେ। ଗାଙ୍ଗୁଲି ନିକଟରେ ବିସିସିଆଇର ସଭାପତି ନିର୍ବାଚିତ ହୋଇଥିବା ବେଳେ ସଚିନ୍‌ଙ୍କୁ କ୍ଲିନ୍ ଚିଟ୍‌ ପ୍ରଦାନ କରିଛି କ୍ରିକେଟ ପ୍ରଶାସକ କମିଟି (ସିଓଏ)। ବିସିସିଆଇ ଦାୟିତ୍ବ ଗ୍ରହଣ ପରେ ଗାଙ୍ଗୁଲି କହିଥିଲେ ଯେ ସ୍ବାର୍ଥଜଡ଼ିତ ସମସ୍ୟା ଏକ ଗୁରୁତର ମାମଲା ଏବଂ ଏହାର ସହଳ ସମାଧାନ ହେବା ଜରୁରୀ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories