www.samajalive.in
Saturday, December 13, 2025
17.1 C
Bhubaneswar

ଯୌତୁକ ପାଇଁ ବୋହୂ ହତ୍ୟା ଉଦ୍ୟମ ; ସ୍ୱାମୀ, ଶାଶୂକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

କୋରାଇ : କୋରାଇ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତସ୍ଥିତ ଜଳନ୍ଦା ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକେ (୨୩ତାରିଖ) ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଜଳୁଥିବା ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଊଦ୍ଧାର କରି ପ୍ରଥମେ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଯାଜପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ନେଇ ମହିଳାଙ୍କ ବାପା କୋରାଇ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଫଳରେ ଏହି ଘଟଣାକୁ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ଏହା ଏସ୍‌ପିଙ୍କ ନଜରକୁ ଆସିଥିଲା। ଘଟଣା ସଂପର୍କରେ ତଦାରଖ କରିବାକୁ ଆଡିସନାଲ ଏସ୍‌ପିଙ୍କୁ ଏସ୍‌ପି ସୂଚନା ଦେଇଥିଲେ। ୨୩ ତାରିଖ ଘଟିଥିବା ଘଟଣାର ଚତୁରତା ପୂର୍ବକ ଥାନା ଅଧିକାରୀ ରଞ୍ଜିତକୁମାର ମହାନ୍ତିଙ୍କୁ ଗତକାଲି (୭ଦିନ ପରେ)ଠାରୁ ମାମଲା ରୁଜୁ କରି ଆଜି(ଗୁରବାର) ମହିଳାଙ୍କ ସ୍ୱାମୀ ଓ ଶାଶୂକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ କେହି ଏହି ଘଟଣାରେସଂପୃକ୍ତ ଥିବା ନେଇ ଅଧିକ ତଦନ୍ତ ଜାରି ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାରା ତୁରତ ଗ୍ରାମର ବିଳାସ ଦାସଙ୍କ ଝିଅ କୋରାଇ ଥାନା ଅର୍ନ୍ତତ କନ୍ତୋର ପଂଚାୟତସ୍ଥିତ ଜଳନ୍ଦା ଗ୍ରାମର ଶତ୍ରୁଘନ ସାହୁଙ୍କ ପୁଅ ସୁରେଶଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ। ବାହାଘର ବେଳେ ବରଘର ପକ୍ଷରୁ ଦାବି ମୁତାବକ ଜାନିଯୌତୁକ ଦିଆଯାଇଥିଲା। ସେମାନଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ବାହାଘର ପର ଠାରୁ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ବହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଚଳିତ ମାସ ୨୩ ତାରିଖରେ ଏହାକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥିଲା। ସ୍ୱାମୀ ଯାଜପୁରରୋଡରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବାରୁ ଏହି ଘଟଣାରେ ମୁଣ୍ଡ ପୂରାଇବେ ନାହିଁ ବୋଲି ସ୍ତ୍ରୀକୁ କହିଥିଲେ। ଝଗଡ଼ା ରାତିରେ ବଢ଼ିଯିବାରୁ ସ୍ୱାମୀ ମଧ୍ୟ ଆସି ଘରେ ଅହଂଚିଥିଲେ। ଉଭୟଙ୍କ ମଧ୍ୟରେ ପୁନର୍ବାର ଝଗଡ଼ା ହୋଇଥିଲା ା ସ୍ୱାମୀ, ଶାଶୂ, ଶ୍ୱଶୂର, ନଣନ୍ଦ, ମଉସା ଓ ମାମୁ ମିଳିତ ଭାବେ ମହିଳାଙ୍କ ଦେହରେ କିରାସିନ୍ ଢାଳି ନିଆ ଲଗାଇ ଦେଇଥିବା ମହିଳାଙ୍କ ବାପା ବିଳାସ କୋରାଇ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ମହିଳାଙ୍କ ଶାଶୁଘର ଲୋକେ ଖଣ୍ଡନ କରିଛନ୍ତି। ସେଦିନ (୨୩ତାରିଖ)ରାତିରେ ମହିଳାଙ୍କ ସହିତ ତାଙ୍କ ଶାଶୂଙ୍କର କେବଳ ଝଗଡ଼ା ହୋଇଥିଲା। ଏଥିରେ କ୍ରୋଧାନିତ ହୋଇ ବୋହୂ ନିଜେ କିରାସିନ ଢାଳି ନିଅାଁ ଲଗାଇ ଦେଇଛନ୍ତି ବୋଲି ଶଶୂଘରଲୋକେ ସଫେଇ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories