www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ବିସହ ଜୀବନର କରୁଣ ଚିତ୍ର ; ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ବାପପୁଅ

ନିରାକାରପୁର : ହତଭାଗ୍ୟ ମଣିଷର ଦୁଃଖଦ କାହାଣୀ ବିଭିନ୍ନ ସମୟରେ ଖବରକାଗଜର ଶିରୋନାମା ହୋଇଛି। ତେବେ ଏଭଳି କିଛି ମଣିଷଙ୍କ ବିଡମ୍ବିତ ଭାଗ୍ୟ ହୃଦୟରେ ସୃଷ୍ଟି କରେ କୋହ ଆଉ ଆଖିରେ ନେଇ ଆସେ ଲୁହ। ଏଭଳି ଏକ ଦୁଃଖଦ ଚିତ୍ରର ବାସ୍ତବ ରୂପ ଯେ କେହି କଠୋର ହୃଦୟକୁ ଦୟାର କୋମଳତାରେ ଭରିଦେବ ନିଶ୍ଚୟ। ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମର ଭାଗୀରଥି ଚମ୍ପତ୍ତିରାୟ। ବୟସ ମାତ୍ର ୨୫। ଆଇଟିଆଇ(ଫିଟର) ପାସ୍‌ କରିଛନ୍ତି। ​କୌଣସି କର୍ମ ସଂସ୍ଥାନରେ ନିଯୁକ୍ତି ପାଇବା ଆଶାନେଇ ରାଜଧାନୀ ଯିବାବେଳେ ଭାଗୀରଥି ୨୦୧୮ ଏପ୍ରିଲ ୪ରେ ଏକ ସଡକ ଦୁର୍ଘଟଣାର ଶିକାର ହୁଅନ୍ତି। ବାମ ଗୋଡଟି ଭାଙ୍ଗିଯାଏ। ଅପରେସନ କରାଯାଇ ଷ୍ଟିଲ ରଡ ସଂଯୁକ୍ତ ହୁଏ। କର୍ମ ନିଯୁକ୍ତ ଆଶା ମଉଳି ଯାଏ ଭାଗୀରଥିଙ୍କର। ଗୋଟିଏ ପଟେ ବାତ ରୋଗରେ ପଡି ଶଯ୍ୟାଶାୟୀ ବାପା ଯୁଧିଷ୍ଟିର ଚମ୍ପତ୍ତିରାୟ ଆଉ ଅନ୍ୟପଟେ ଭାଗୀରଥି ରୋଜଗାର ପାଇଁ ଅପେକ୍ଷା ରଖୁଥିବା ଅସହାୟ ପରିବାର। ଏହାରି ଭିତରେ ନିଜର ଦୁର୍ଘଟଣା ଶାରୀରିକ ଅକ୍ଷମତା ଭଗୀରଥୀକୁ କତରାଲଗା କରିଦିଏ। ରାସନ କାର୍ଡ ୧୫ କେଜି ଚାଉଳ ଓ ସରକାରଙ୍କ ଠାରୁ ମିଳିଥିବା ୪୦ ଡେସିମିଲ ଭୂମିହୀନ ପଟ୍ଟା ହିଁ ସମ୍ବଳ ଏହି ପରିବାରର। ଘର ଛପର ଉଡିଗଲାଣି। କାନ୍ଥ ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ। ବାତ୍ୟା ଫଣିରେ ଜରାଜୀର୍ଣ୍ଣ ହୋଇଥିବା ଚାଳ ଛପର ଘର ଲଘୁଚାପଜନିତ ବର୍ଷା ଯୋଗୁ ମାଟିରେ ମିଶିବାକୁ ବସିଛି। ଅଭାବ ଅନଟନ ଭିତରେ ଦୁଇଓଳି ଦୁଇମୁଠା ଖାଇବା ପାଇଁ ଘରର ଆସବାବପତ୍ର ବିକ୍ରି ହୋଇଯାଏ। ଭାଗୀରଥିଙ୍କ ଚିକିତ୍ସା ପାଇଁ ବଢୁଥିବା ଋଣବୋଝ ଉପରେ ପ୍ଲାଷ୍ଟିକ ସର୍ଜରୀ, ଗୋଡରୁ ଷ୍ଟିଲ ରଡ କଢା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ବୋଝ ଉପରେ ନଳିତା ବିଡା ପରି ଜୀବନକୁ ହା ହତାଶମୟ କରି ପକାଇଛି। ପରିବାର ଶଯ୍ୟାଶାୟୀ ବାପପୁଅଙ୍କ ମୁହଁରେ ଆହାର ଦେବା ପାଇଁ ଅସହାୟ ମା’ ଅରୁଣାବାଳାଙ୍କୁ ମୂଲ ଲାଗିବାକୁ ପଡୁଛି। ଆଜି ଭାଗୀରଥିର ସୁସ୍ଥତା ପରିବାର ପାଇଁ ଆଶାର ସଞ୍ଜୀବନୀ। ପ୍ରଶାସନିକ ସହଯୋଗ ଓ ସହୃଦୟ ବ୍ୟକ୍ତିଙ୍କ ସହାୟତା କେବଳ ଭାଗୀରଥିଙ୍କୁ ନୂଆ ଜୀବନର ଚଞ୍ଚଳତା ଦେବ। ସେହିପରି ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କାଘର ପ୍ରକ୍ରିୟାରେ ଅନ୍ତଭୁକ୍ତ ହେଲେ ପରିବାରକୁ ଆଶ୍ରୟ ମିଳିପାରିବ। ଭାଗୀରଥିଙ୍କ ପରିବାରକୁ କେହି ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିଲେ ତାଙ୍କୁ ଏହି ନମ୍ବର ୬୩୭୦୨୫୦୪୪୬ରେ ଯୋଗାଯୋଗ କରିପାରିବେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories