www.samajalive.in
Friday, December 12, 2025
23.1 C
Bhubaneswar

ଭାରତୀୟ ସାମ୍ବାଦିକ, କୂଟନୀତିଜ୍ଞ, ରାଜନେତାଙ୍କ ହ୍ବାଟ୍ସଆପ ବାର୍ତ୍ତା ହ୍ୟାକ୍‌

ନୂଆଦିଲ୍ଲୀ: ସାମ୍ବାଦିକ, କୂଟନୀତିଜ୍ଞ, ରାଜନେତା ଓ ମାନବାଧିକାର କର୍ମୀଙ୍କ ହ୍ବାଟ୍ସଆପ ବାର୍ତ୍ତା ହ୍ୟାକ୍‌ କରାଯିବା ନେଇ ଅଭିଯୋଗ ଉପରେ କେନ୍ଦ୍ର ସୂଚନା ସୂଚନା ଓ ପ୍ରଯୁକ୍ତି (ଆଇଟି) ମନ୍ତ୍ରଣାଳୟ ସମ୍ପୃକ୍ତ କମ୍ପାନୀ ଠାରୁ ଜବାବ ଲୋଡିଛନ୍ତି। ଫେସବୁକ୍‌ ମାଲିକାନାଧୀନ ବାର୍ତ୍ତା ଆଦାନପ୍ରଦାନ ସେବା ପ୍ରଦାନକାରୀ ଆପ୍ (ହ୍ବାଟ୍ସ ଆପ୍‌) ମାଧ୍ୟମରେ ଭାରତୀୟ ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କୁ ନିଶାଣ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ୧୪୦୦ ଭାରତୀୟଙ୍କ ହ୍ବାଟ୍ସଆପ୍‌ ବାର୍ତ୍ତା ହ୍ୟାକ୍ କରାଯାଇଛି। ଏମାନଙ୍କ ମଧ୍ୟରେ ସାମ୍ବାଦିକ, କୂଟନୀତିଜ୍ଞ, ରାଜନେତା, ବରିଷ୍ଠ ସରକାରୀ ଅଧିକାରୀ ଓ ମାନବାଧିକାର କର୍ମୀ ରହିଛନ୍ତି। ଆମେରିକା ଅଦାଲତରେ ଦାୟର ଏକ ଅଭିଯୋଗ ଅନୁଯାୟୀ ଇସ୍ରାଏଲସ୍ଥିତ ଗୁଇନ୍ଦା କମ୍ପାନୀ ଏନଏସଓ ଗ୍ରୁପ ଓ ଏହାର ମୂଳ କମ୍ପାନୀ କ୍ୟୁ ସାଇବର ଟେକ୍ନୋଲୋଜି ଭାରତ ସମେତ ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା ଓ ମଧ୍ୟପ୍ରାଚ୍ୟ ଦେଶର ସାମ୍ବାଦିକ ଓ ଅନ୍ୟାନ୍ୟ କର୍ମୀଙ୍କ ଉପରେ ଗୁଇନ୍ଦା ନଜର ପକାଇଛି। ଆମେରିକା ଫେଡେରାଲ କୋର୍ଟରେ ହ୍ବାଟ୍ସ ଆପ୍‌ ଦାୟର କରିଥିବା ଏହି ଅଭିଯୋଗରେ ଦର୍ଶାଇଛି ଯେ ଇସ୍ରାଏଲର ଗୁଇନ୍ଦା କମ୍ପାନୀ ନକାରାତ୍ମକ ସଫ୍ଟୱେର ମାଧ୍ୟମରେ ହ୍ବାଟ୍ସଆପ୍‌ର ବାର୍ତ୍ତାକୁ ହ୍ୟାକ କରୁଛି। ଏହି ଗୁଇନ୍ଦା କାର୍ଯ୍ୟ ଦ୍ବାରା ବ୍ୟକ୍ତିର ଗୋପନୀୟତା ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହୋଇଛି। ଗୋପନୀୟତା ଉଲ୍ଲଙ୍ଘନକୁ ରୋକିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ପୂର୍ବକ ହ୍ବାଟ୍ସଆପ୍‌ ଠାରୁ ଜବାବ ଲୋଡିଛନ୍ତି। ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ହ୍ବାଟ୍ସଆପ୍‌ ଦ୍ବାରା ଗୋପନୀୟତା ଉଲ୍ଲଙ୍ଘନ ବାବଦରେ ସରକାର ଚିନ୍ତିତ। ଗୋପନୀୟତାର ସୁରକ୍ଷା ପୂର୍ବକ ସରକାର ହ୍ବାଟ୍ସଆପ୍‌ ଠାରୁ ଜବାବ ଲୋଡିଛନ୍ତି। ନଭେମ୍ବର ୪ ସୁଦ୍ଧା ଜବାବ ଦେବାକୁ କୁହାଯାଇଛି। ଜବାବ ଆଧାରରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରସାଦ ଟ୍ବିଟ୍‌ କରିଛନ୍ତି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories