www.samajalive.in
Wednesday, December 10, 2025
23.1 C
Bhubaneswar

ଏବେ ବି ଇଂରେଜ ଆଇନରେ ବନ୍ଧା ହୋଇଛି ଗଛ : ମିଳିନି ସ୍ବାଧୀନତା

କୋଟଲା(ପାକିସ୍ତାନ) : ଯେତେବେଳେ ଆମେ ସ୍ବାଧୀନତାର କଥା କହୁ ଅବା ଶୁଣୁ, ତାପଛରେ ରହିଥାଏ ଇଂରେଜ ସରକାରଙ୍କ କଠୋର ଆଇନ ଓ ସ୍ବାଧୀନତା ସଂଗ୍ରାମୀଙ୍କ ନିର୍ଯ୍ୟାତନାର କାହାଣୀ। ତେବେ ଦେଶର ସ୍ବାଧୀନତା ପାଇଁ ଅନେକ ଭାରତୀୟ ବନ୍ଦୀ ହେଲେ ପୁଣି କେତେ ହସି ହସି ଫାଶି ଖୁଣ୍ଟରେ ଝୁଲିଲେ । ହେଲେ ସ୍ବାଧୀନତା ଆନ୍ଦୋଳନ ସମୟରେ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରି ଇଂରେଜମାନେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗିରଫ କରୁଥିଲେ। କିନ୍ତୁ କେବେ ଗୋଟିଏ ଗଛ ଗିରଫ ହେବା ବିଷୟ ଆପଣ ଜାଣିଛନ୍ତି କି?

ହେଲେ ଏ କଥା ସତ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଗଛ କିପରି ଗିରଫ ହେବ ଓ ତାକୁ କିଏ ଗିରଫ କରିଥିବ। ଯଦି ଅଧିକ ଅସୁବିଧା ହୋଇଥିବ ବା ହୋଇଥାନ୍ତା ତେବେ ଗଛ କାଟି ଦିଆଯାଇଥାନ୍ତା । କିନ୍ତୁ ଜଣେ ଇଂରେଜ ଜେଲର ନିଶାଗ୍ରସ୍ତ ଅବସ୍ଥାରେ ଏକ ଗଛକୁ ଗିରଫ କରି ବଡ଼ ବଡ଼ ଜଞ୍ଜିରରେ ବାନ୍ଧି ଦେଇଥିଲେ । ଆଉ ଆଜି ମଧ୍ୟ ଏହି ଗଛ ବଡ଼ ବଡ଼ ଜଞ୍ଜିରରେ ବନ୍ଧା ହୋଇ ରହିଛି।

- Advertisement -
Pic. Source : Social Media

ଏହା ୧୮୯୮ ମସିହାର ଘଟଣା। ଯେତେବେଳେ ପାକିସ୍ତାନ ମଧ୍ୟ ଭାରତରେ ଥିଲା । ପାକିସ୍ତାନର ଖୈବର ପଖତୁନଖ୍ବାହା ସ୍ଥିତ ଲଣ୍ଡି କୋଟଲା ଆର୍ମୀ କ୍ୟାଣ୍ଟେନମେଣ୍ଟରେ ମୁତୟନ ଜଣେ ଇଂରେଜ ଅଫିସର ଜେମ୍ସ ସ୍କେୱନ ଦିନେ  ପ୍ରବଳ ମଦ୍ୟପାନ କରିଥିଲେ। ପ୍ରଚଣ୍ଡ ନିଶାରେ ସେ ପାର୍କରେ ବୁଲୁଥିଲେ। ଅଚାନକ ସେ ଅନୁଭବ କଲେ ଯେ ଗଛଟି ତାଙ୍କ ଆଡକୁ ମାଡି ଆସୁଛି ଏବଂ ଆକ୍ରମଣ କରି ତାଙ୍କ ପ୍ରାଣ ନେଇ ଯିବ। ସେ ତରୁନ୍ତ ସେଠାରେ ଥିବା ସର୍ଜେଣ୍ଟଙ୍କୁ ଆଦେଶ ଦେଲେ ଯେ ଗଛକୁ ତୁରନ୍ତ ଗିରଫ କରାଯାଉ। ଏହାପରେ ସେଠାରେ ଉପସ୍ଥିତ ସିପାହୀମାନେ ଗଛକୁ ଜଞ୍ଜିରରେ ବାନ୍ଧି ଦେଇଥିଲେ।

ପାକିସ୍ତାନ ସ୍ବାଧୀନ ହେ​‌ଲା, ଭାରତ ମଧ୍ୟ ସ୍ବାଧୀନ ହେଲା କିନ୍ତୁ ବିଚରା ଗଛଟି ଆଜି ମଧ୍ୟ ଜଞ୍ଜିରରେ ବନ୍ଧା ହୋଇ ରହିଛି। ସେଠାକାର ଲୋକେ ଗଛରୁ ଜଞ୍ଜିର ଅଲଗା କରୁ ନାହାନ୍ତି। କାରଣ ସେମାନଙ୍କର କହିବା କଥା ହେଉଛି, ଏହା ଇଂରେଜମାନଙ୍କର ଅତ୍ୟାଚାରର ଏକ ନମୂନା। ଏଥିରୁ ସହଜରେ ଜଣା ପଡିବ ଯେ ଇଂରେଜମାନେ କିଭଳି ଆମ ଉପରେ ଅତ୍ୟାଚାର କରୁଥିଲେ।

ଏହା ସହିତ ସେଠାକାର ଲୋକେ ଗଛରେ ଏକ ଫଳକ ଲଗାଇ ସେଥିରେ ଲେଖିଛନ୍ତି ମୁ ବନ୍ଦୀ- ‘I am Under arrest’ ସେହିପରି ଆଉ ଏକ ଫଳକରେ ଲୋକ ଏହା ସହିତ ଜଡିତ ସମସ୍ତ କଥା ଲେଖିଛନ୍ତି । କିନ୍ତୁ ବାସ୍ତବରେ ଇଂରେଜ ଚାଲିଗଲେ ଏବଂ ଭାରତ-ପାକିସ୍ତାନ ଅଲଗା ହୋଇଗଲେ। କିନ୍ତୁ ଆଜି ମଧ୍ୟ ଏହି ଗଛ ଇଂରେଜ ଶାସନର ଆଇନରେ ବନ୍ଦୀ ହୋଇ ରହିଛି  ଏବଂ ସେହି କଳା ଆଇନ ସଂପର୍କରେ ସ୍ମରଣ କରାଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories