www.samajalive.in
Sunday, December 7, 2025
14.1 C
Bhubaneswar

ଆରବ ସାଗରରେ ଘୂର୍ଣ୍ଣିବାତ୍ୟା ‘ମହା’ : ତାମିଲନାଡୁ, କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଚେନ୍ନଇ : ଲାକ୍ଷାଦୀପ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ପାଣିପାଗ ବିଭାଗ ଦ୍ୱାରା ଏହାର ନାମ ‘ମହା’ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଏହାର ବୁଲେଟିନରେ କହିଛି ଏହି ଘୂର୍ଣ୍ଣିବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ଓ ଘଣ୍ଟାପ୍ରତି ଏହାର ବେଗ ୨୬ କିଲୋମିଟର ରହିଛି। ବର୍ତ୍ତମାନ ଏହା ଲାକ୍ଷାଦ୍ୱୀପର କବାରାଟ୍ଟିଠାରୁ ପୂର୍ବ-ଦକ୍ଷିଣ-ପୂର୍ବକୁ ୮୦ କିଲୋମିଟର ଓ ତିରୁବନନ୍ତପୁରମ୍‍ଠାରୁ ପଶ୍ଚିମଉତ୍ତର-ପଶ୍ଚିମକୁ ୪୪୦ କିଲୋମିଟର ଦୂରରେ ଅବସ୍ଥାନ କରୁଛି।
ଚେନ୍ନାଇସ୍ଥିତ ପାଣିପାଗ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ ‘ମହା’ଘୂର୍ଣ୍ଣିବାତ୍ୟା ଆହୁରି ଅଧିକ ଭୟଙ୍କର ହୋଇ ଆଜିସୁଦ୍ଧା ଏକ ମହାବାତ୍ୟାରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ-ତାମିଲନାଡୁ, କେରଳ, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଉପକୂଳରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ କହିଛି ଲାକ୍ଷାଦ୍ୱୀପର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଥିବାବେଳେ କେରଳର କିଛିଭାଗରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତାମିଲନାଡୁର ଅନେକ ଦକ୍ଷିଣବର୍ତ୍ତୀ ଜିଲ୍ଲାରେ ଗତକାଲିଠାରୁ ଅଳ୍ପରୁ ମଧ୍ୟମ ବର୍ଷା ଲାଗି ରହିଛି।

ରାମନାଥପୁରମ, ପୁଡୁଚେରୀ, କରାଇକଲ ଓ ନୀଳଗିରି ଜିଲ୍ଲାର ଅନ୍ୟ ୪ଟି ତାଲୁକରେ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। ଡିଣ୍ଡିଗୁଲର କୋଡାଇକର୍ଣ୍ଣାଲ ତାଲୁକ୍‍ରେ ମଧ୍ୟ ସ୍କୁଲରେ ଛୁଟି ଘୋଷଣା କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories