www.samajalive.in
Friday, December 12, 2025
23.1 C
Bhubaneswar

ସରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲାହୋର : ରକ୍ତରେ ପ୍ଲେଟଲେଟ ସଂଖ୍ୟା ବ୍ୟାପକ ହ୍ରାସ ପାଇବା କାରଣରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ୬୯ ବର୍ଷ ବୟସ୍କ ସରିଫଙ୍କୁ ଗୁରୁତର ଅବସ୍ଥାରେ ସୋମବାର ରାତିରେ କାରାଗାରରୁ ସ୍ଥାନୀୟ ସର୍ଭିସେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ରକ୍ତରେ ପ୍ଲେଟଲେଟ ପରିମାଣ ୨,୦୦୦କୁ ଖସି ଆସିଥିବା ବ୍ୟକ୍ତିଗତ ଡାକ୍ତର ଆଦନାନ ଖାନ କହିଛନ୍ତି। ଥ୍ରୋ‌‌େମ୍ବାସାଇଟୋପେନିଆ (ପ୍ଲେଟଲେଟ ହ୍ରାସ) ଓ ଏନଏସଟିଏମଆଇ (ହୃଦଘାତ) ରେ ପୀଡ଼ିତ ଥିବା ବେଳେ ଏବେ ତାଙ୍କ ବୃକକର କାର୍ଯ୍ୟକରିବାର କ୍ଷମତା କମୁଛି। ଅନ୍ୟପଟେ ରକ୍ତ ଶର୍କରା ଓ ରକ୍ତ ଚାପ ସମସ୍ୟା ମଧ୍ୟ ଲାଗି ରହିଛି ବୋଲି ଆଦନାନ କହିଛନ୍ତି। ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ସରିଫ ଶନିବାର ହୃଦଘାତର ଶିକାର ହୋଇଥିଲେ। ଇତିମଧ୍ୟରେ ସେ ୭ କିଲୋଗ୍ରାମ ଓଜନ ହରାଇଛନ୍ତି। ଚୌଧୁରୀ ସୁଗାରମିଲ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସରିଫ କୋଟ ଲଖପତ ଜେଲରେ ବନ୍ଦୀ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସରିଫଙ୍କୁ ଅଦାଲତ ୮ସପ୍ତାହ ପାଇଁ ଜାମିନ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories