www.samajalive.in
Saturday, December 13, 2025
26.1 C
Bhubaneswar

ଗୁରୁ ନାନକଦେବଙ୍କର ୫୫୦ତମ ଜନ୍ମବାର୍ଷିକୀ : କର୍ତ୍ତାରପୁର ପାଇଁ ଅଣଭାରତୀୟ ଶିଖ୍‍ଙ୍କୁ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ : ଗୁରୁ ନାନକଦେବଙ୍କର ୫୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ ତାରିଖରେ ଭାରତ ପଟେ ଏହି କରିଡରକୁ ଲୋକାର୍ପଣ କରିବେ।
ତେବେ ଗୁରୁ ନାନକଦେବଙ୍କର ୫୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ କର୍ତ୍ତାରପୁର କରିଡର ଓ ପାକିସ୍ତାନରେ ଅନ୍ୟ ଗୁରୁଦ୍ୱାର ଗୁଡ଼ିକ ଦର୍ଶନ ସକାଶେ ଅଣଭାରତୀୟ ଶିଖ୍‍ମାନଙ୍କୁ ପର୍ଯ୍ୟଟନ ଭିସାଦେବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର କରିଡର ରାଜିନାମା ଅନୁଯାୟୀ ଦିନକ ପାଇଁ ଆସୁଥିବା ଭାରତୀୟମାନଙ୍କୁ ଭିସାର ଆବଶ୍ୟକତା ପଡ଼ିବ ନାହିଁ ଏବଂ କେବଳ ଗୁରୁଦ୍ୱାର ବାବା ନାନକଦେବଙ୍କ ପୀଠ ଦର୍ଶନ ପାଇଁ ସେମାନଙ୍କୁ ଅନୁମତି ଦିଆଯିବ। ଯେଉଁମାନେ ଅନ୍ୟ ଦେଶରୁ ଆସିବେ, ସେମାନଙ୍କ ପାଇଁ ଭିସା ଆବଶ୍ୟକ ହେବ ଓ ଅନ୍ୟ ଧାର୍ମିକସ୍ଥଳୀଗୁଡ଼ିକୁ ସେମାନେ ଦର୍ଶନ କରିପାରିବେ।

ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ କର୍ତ୍ତାରପୁର କରିଡର ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories