ଜାଣନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କ କାର୍ଯ୍ୟାଳୟ କିଭଳି ହେବା ଦରକାର
ଯଦି ଆପଣ ଚାହୁଛନ୍ତି ଆପଣଙ୍କ କାର୍ଯ୍ୟାଳୟ ସବୁବେଳେ ଭଲ ଚାଲୁ କେବେ ବନ୍ଦ୍ ନହେଉ। ଆପଣଙ୍କ କାର୍ଯ୍ୟାଳୟରେ୍ ସବୁବେଳେ ଧନଲକ୍ଷ୍ମୀ ବିଜୟମାନ କରନ୍ତୁ ତେବେ ଆପଣଙ୍କୁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ –
-କାର୍ଯ୍ୟାଳୟର ଘର ଗୁଡ଼ିକ ବର୍ଗାକାର କିମ୍ବା ଆୟତକାର ହେବା ଦରକାର।
୍ଖ- କାର୍ଯ୍ୟାଳୟର ଝରକା ପୂର୍ବ କିମ୍ବା ଉତ୍ତର ଆଡ଼କୁ ଖୋଲା ରହିବା ଦରକାର।
– କାର୍ଯ୍ୟାଳୟ ଫାଇଲର ଆଲମିରା ଦକ୍ଷିଣ କିମ୍ବା ପଶ୍ଚିମ ଆଡ଼କୁ ମୁଁହ କରି ରଖିବା ଦରକାର।
– କାର୍ଯ୍ୟାଳୟର ରୋଷେଇ ଘର ଉତ୍ତର ପୂର୍ବ ଦିଗକୁ ରହିବା ଦରକାର।
– କାର୍ଯ୍ୟାଳୟର ପାଇଖାନା ଉତ୍ତର ପୂର୍ବ ଐଶାଣ୍ୟ କୋଣରେ ନରହିବା ଦରକାର।
– କ୍ୟସିୟର ଉତ୍ତର ଦିଗରେ ବସିବା ଦରକାର।
– କାର୍ଯ୍ୟାଳୟର ସଫାସୁତୁରା ପ୍ରତି ଧ୍ୟନଦେବା ଦରକାର।
– କାର୍ଯ୍ୟାଳୟରେ ମହାପୁରୁଷ ମାନଙ୍କର ଫଟୋ ଲଗାଇବା ଭଲ।
– ଖରାପହୋଇ ଯାଇଥିବା କମ୍ପ୍ୟୁଟର , ଘଣ୍ଟା ଇତ୍ୟଦିକୁ ନରଖିଲେ ଭଲ।