www.samajalive.in
Saturday, December 13, 2025
14.1 C
Bhubaneswar

ଜୀବନ ଯୁଦ୍ଧରେ ହାରିଗଲା ସୁଜିତ; ୭୫ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ୯୦ ଫୁଟ ତଳୁ ମିଳିଲା ମୃତଦେହ

ଚେନ୍ନାଇ: ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ୨ବର୍ଷର ଶିଶୁ ସୁଜିତ ୱିଲସନ। ଗତ ଶୁକ୍ରବାର ଅପରାହ୍ନ ୫ଟା ବେଳେ ବୋରୱେଲ ପାଇଁ ଖୋଳାଯାଇଥିବା ଗଭୀର ଗର୍ତ୍ତରେ ଖସିପଡ଼ିଥିଲା ସୁଜିତ। ତା’କୁ ଉଦ୍ଧାର ପାଇଁ ଦୀର୍ଘ ୭୫ ଘଣ୍ଟାର ଅପରେଶନ ଚାଲିଥିଲେ ହେଁ ଶେଷରେ ତାହା ନିଷ୍ପଳ ହେଲା। ୯୦ ଫୁଟ ଗଭୀର ଗର୍ତ୍ତରୁ ସୁଜିତର ମୃତଦେହ ମିଳିଲା। ଏହି ଘଟଣା ତାମିଲନାଡୁର ତ୍ରିଚିନାପଲ୍ଲୀରେ ଶୋକର ଛାୟା ଖେଳାଇ ଦେଇଛି।

ତ୍ରିଚିନାପଲ୍ଲୀ ଜିଲା ଅନ୍ତର୍ଗତ ନାଦୁକଟ୍ଟୁପଟ୍ଟି ଅଞ୍ଚଳରେ ଗତ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ଘର ନିକଟରେ ଖେଳୁଥିବାବେଳେ ସୁଜିତ ବୋରୱେଲ ଗର୍ତ୍ତରେ ଖସିପଡ଼ିଥିଲା। ସେଦିନ ସେ ପ୍ରାୟ ୨୫ ଫୁଟ ଗଭୀରରେ ଅଟକି ରହିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ​ ହୋଇଥିଲେ ହେଁ ରାତି ଭିତରେ ସେ ପ୍ରାୟ ୯୦ ଫୁଟ ତଳକୁ ଖସିଯାଇଥିଲା। ଅଗ୍ନିଶମ ଏବଂ ଏନଡିଆରଏଫ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ସୁଜିତକୁ ଉଦ୍ଧାର ପାଇଁ ବହୁ ଉଦ୍ୟମ କରାଯାଇଥିଲା। ତା’କୁ ଗର୍ତ୍ତ ଭିତରେ ବଞ୍ଚାଇ ରଖିବା ଲାଗି ବାହାରୁ ଅମ୍ଳଜାନ ଏବଂ ଖାଦ୍ୟ ପଠାଯାଇଥିଲା। କିନ୍ତୁ ସୁଜିତର ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ଉଦ୍ଧାରକାରୀ ଟିମ ଉକ୍ତ ଗର୍ତ୍ତ ନିକଟରେ ସମାନ୍ତରାଳ ଭାବେ ଅନ୍ୟ ଏକ ସୁଡ଼ଙ୍ଗ ଖୋଳି ସୁଜିତ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହା ପୂର୍ବରୁ ସୁଜିତର ମୃତ୍ୟୁ ଘଟିସାରିଥିଲା। ଶେଷରେ ସୁଜିତର ମୃତଦେହକୁ ଗର୍ତ୍ତରୁ ଉଦ୍ଧାର କରାଯାଇଥିଲା। ପଥୁରିଆ ମାଟି ଏବଂ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ଯେଉଁଥିପାଇଁ ସୁଜିତକୁ ବଞ୍ଚାଇବା ସମ୍ଭବପର ହେଲାନାହିଁ ବୋଲି କୁହାଯାଉଛି।

- Advertisement -

ସୂଚନାଯୋଗ୍ୟ, ଏନଡିଆରଏଫ, ଅଗ୍ନିଶମ ଏବଂ ପୁଲିସ ବିଭାଗର ପ୍ରାୟ ୮୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁଜିତର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories