www.samajalive.in
Saturday, December 13, 2025
15.1 C
Bhubaneswar

ଭୂଷଣ ପାୱାର ଲିମିଟେଡ଼ ସମ୍ପତ୍ତି – ଇଡି ଏବଂ କର୍ପୋରେଟ ମନ୍ତ୍ରାଳୟ ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀଗୁଡିକର କର୍ପୋରେଟ ମାମଲାର ଏକମାତ୍ର ସଂସ୍ଥା ଭାବେ ରାଷ୍ଟ୍ରୀୟ କମ୍ପାନୀ ଲ’ ଟ୍ରିବୁନାଲ – ଏନସିଏଲଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କର୍ପୋରେଟ ମାମଲା ସମ୍ବନ୍ଧିତ ମନ୍ତ୍ରାଳୟକୁ ଭୂଷଣ ପାୱାର ଏବଂ ଷ୍ଟିଲର ସମ୍ପତ୍ତି ଜବତ ପ୍ରସଙ୍ଗରେ ସହମତି ଭିତ୍ତିରେ ସମାଧାନର ସୂତ୍ର ବାହାର କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣାରେ ଉଭୟ ଇଡି ଏବଂ ମନ୍ତ୍ରାଳୟ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଅର୍ଥ ଠକେଇ ମାମଲାରେ ଭୂଷଣ ପାୱାର ଲିମିଟେଡ଼ର ସମ୍ପତ୍ତି ଜବତ କରିବାରେ କୌଣସି ଅସୁବିଧା ନାହିଁ ଓ ଏହା ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦେଶାଳୟର ଅଧିନସ୍ଥ କିନ୍ତୁ ମନ୍ତ୍ରାଳୟ କହିଛି ଯେ ଏବେ ଭୂଷଣ ପାୱାର ଲିମିଟେଡ଼ ଦେବାଳିଆ ଅବସ୍ଥା ଦେଇ ଗତି କରୁଥିବାରୁ ନିର୍ଦ୍ଦେଶାଳୟ ଏଭଳି ପଦକ୍ଷେପ ନେଇ ପାରିବ ନାହିଁ।

ଏହି ମାମଲାରେ ଏନସିଏଲଟିରେ ଶୁଣାଣି ଜାରି ରହିଛି। ଏନସିଏଲଟି ଅଧ୍ୟକ୍ଷ ଜଷ୍ଟିସ ଏସ.ଜେ. ମୁଖୋପାଧ୍ୟାୟଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆଇନରେ କୌଣସି ପରିବର୍ତ୍ତନ ହେଵ ନାହିଁ, କେବଳ କେନ୍ଦ୍ର ସରକାରଙ୍କ ଦୁଇ ସଂସ୍ଥା ଇଡି ଓ ମନ୍ତ୍ରାଳୟ ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ କରିବେ। ଟ୍ରିବୁନାଲ କହିଛନ୍ତି ଯେ ଇଡି ଋଣ ପରିଶୋଧ ଅନାଦେୟ ଦୃଷ୍ଟିରୁ ପଦକ୍ଷେପ ନେଇ ପାରିବ। ଖଣ୍ଡପୀଠ କହିଛନ୍ତି, ଇଡି’ର ଯାହା କିଛି ବକେୟା ଅଛି ସେ ଏହାକୁ ବିକ୍ରି କରି ଋଣଦାତାଙ୍କୁ ଦେଇ ପାରିବ କିନ୍ତୁ ଆଇନରେ କୌଣସି ସଂଶୋଧନ ହେଵ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ରେ ହେଵ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories