www.samajalive.in
Saturday, December 13, 2025
26.1 C
Bhubaneswar

ଏଲଫିନଷ୍ଟୋନ ଫୁଟ୍‌ଓଭର ବ୍ରିଜ୍‌ ଉଦ୍‌ଘାଟିତ

ମୁମ୍ବଇ : ମଙ୍ଗଳବାର ମୁମ୍ବଇର ଏଲଫିନଷ୍ଟୋନ ରୋଡ ରେଳଷ୍ଟେସନରେ ନବନିର୍ମିତ ଫୁଟ୍‌ଓଭର ବ୍ରିଜ୍‌ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମ୍‌ରେ ଏହି ଉତ୍ସବରେ ଉପସ୍ଥିତ ଥିଲେ। ୨୦୧୭ ସେପ୍ଟେମ୍ବର ୨୯ରେ ଏହି ଫୁଟ୍‌ଓଭର ବ୍ରିଜରେ ଯାତ୍ରୀଙ୍କ ମଧ୍ୟରେ ଦଳାଚକଟା ଘଟି ୨୩ ଜଣ ପ୍ରାଣ ହରାଇଥିବାବେଳେ ୪୦ ଜଣ ଆହତ ହୋଇଥିଲେ। ଏହାପରେ ସ୍ଥଳସେନା ପକ୍ଷରୁ ନୂତନ ଫୁଟ୍‌ଓଭର ବ୍ରିଜ୍‌ କାର୍ଯ୍ୟ ହାତକୁ ନିଆଯାଇଥିଲା। ୧୦.୪୪ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟକୁ ରେକର୍ଡ ୧୧୭ ଦିନ ମଧ୍ୟରେ ଶେଷ କରାଯାଇଛି। ଏହି ବ୍ରିଜ୍‌ର ଲମ୍ବ ୭୩.୧ ମିଟର ଓ ପ୍ରସ୍ଥ ୩.୬୫ ମିଟର ହୋଇଥିବାବେଳେ ଏହା ୮ ଟନ ଓଜନ ସମ୍ଭାଳିବାରେ ସକ୍ଷମ ବୋଲି କୁହାଯାଇଛି। ଦୈନିକ ୩.୫ ଲକ୍ଷ ଯାତ୍ରୀ ଏହି ଷ୍ଟେସନରୁ ଯାତ୍ରା କରିଥାନ୍ତି। ନିକଟରେ ଏକ ପରିବା ଓ ମାଛ ମାର୍କେଟ ଥିବାରୁ ଏହି ଷ୍ଟେସନରେ ପ୍ରାୟତଃ ଯାତ୍ରୀଙ୍କର ଗହଳି ପରିଲକ୍ଷିତ ହୋଇଥାଏ। ଫୁଟ୍‌ଓଭର ବ୍ରିଜ୍‌ରେ ଯାତ୍ରୀଙ୍କ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ଏହି ଷ୍ଟେସନରେ ପର୍ଯ୍ୟାପ୍ତ ସଂଖ୍ୟକ ଆରପିଏଫ୍‌ (ରେଳବାଇ ସୁରକ୍ଷା ବଳ) ଯବାନଙ୍କୁ ମୁତୟନ କରାଯିବ। ଏଲଫିନଷ୍ଟୋନ ବ୍ୟତୀତ ମୁମ୍ବଇର ଅନ୍ୟ ଦୁଇଟି ସ୍ଥାନ ଯଥା କରେ ରୋଡ୍‌ ଓ ଆମ୍ବିଭାଲିରେ ମଧ୍ୟ ନୂତନ ଫୁଟ୍‌ଓଭର ବ୍ରିଜ୍‌ ଉଦ୍‌ଘାଟିତ ହୋଇଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories