www.samajalive.in
Wednesday, December 10, 2025
16.1 C
Bhubaneswar

ଦଳିତଙ୍କ ଉନ୍ନତିପାଇଁ ସରକାର ପ୍ରତିଶୃତିବଦ୍ଧ: ରାମଦାସ ଅଠାୱଲେ

ଭୁବନେଶ୍ବର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ୨୦୧୪ ମସିହାରେ ଓଡିଶାରେ ୧୬୫୩ଟି ଅତ୍ୟାଚାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୫ ମସିହାରେ ୧୮୧୮, ୨୦୧୬ରେ ୧୭୯୬, ୨୦୧୭ରେ ୧୮୯୩, ୨୦୧୮ରେ ୧୭୭୫ ଓ ଚଳିତ ବର୍ଷ ଏପର୍ୟ୍ୟନ୍ତ ୧୦୦୨ଟି ମାମଲା ପଞ୍ଜିକୃତ ହୋଇଛି। ଦଳିତମାନଙ୍କ ଉପରେ ଅତ୍ୟାଚାର ଘଟଣା ହ୍ରାସ ପାଇଁ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ପ୍ରାକ୍ ମାଟ୍ରିକ ବୃତି ଯୋଗୁଁ ୧,୯୦,୩୧୪ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତିରେ ୨,୦୩,୯୬୩ ଜଣ ଉପକୃତ ହୋଇଛନ୍ତି। ପ୍ରାକ୍ ମାଟ୍ରିକ ବୃତି ବାବଦରେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତି ପାଇଁ ୩୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୁଦ୍ରା ଯୋଜନାରେ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟରେ ୪୭ ଲକ୍ଷ ୪୮ ହଜାର ଲୋକଙ୍କୁ ଗ୍ୟାସ ସିଲଣ୍ଡର ବିତରଣ କରାଯାଇଛି। ନିକଟରେ କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଯେଉଁ ଶତକଡା ୧୦ ଭାଗ ସଂରକ୍ଷଣ ନୀତି ଘୋଷଣା କରିଛନ୍ତି ତାହାକୁ ସଠିକ ଭାବେ ଲାଗୁ କରିବା ଉପରେ ଶ୍ରୀ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏପର୍ୟ୍ୟନ୍ତ ୮,୫୪,୧୭୬ ଗୃହ ନିର୍ମାଣ କାର୍ୟ୍ୟ ଶେଷ ହୋଇଛି। ଏଥିସହିତ ୧୫,୫୭,୫୫୮ ହିତାଧିକାରୀ ରାଜ୍ୟରେ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଦଳିତମାନଙ୍କ ଉପରେ ଅତ୍ୟାଚାର ରୋକିବା ସହ ଜାତିଆଣ ଆକ୍ଷେପ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories