www.samajalive.in
Thursday, December 11, 2025
15.1 C
Bhubaneswar

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ୪ଟି ଜିନିଷ

ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବାରେ ଖାଦ୍ୟ ବିଶେଷ ଭୂମିକା ଗ୍ରହଣ କରିଥାଏ। ସଠିକ୍ ଖାଦ୍ୟ ଖାଇଲେ ଶରୀର ଅନେକ ରୋଗରୁ ଦୂରେଇ ରହିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଜାୟ ରହେ। ତେବେ ଆମେ ଭାବନ୍ତି ଯେ, କେବଳ ସବୁଜ ପନିପରିବା, ଆମିଷ ଓ କ୍ଷୀର ଆଦିର ସେବନ ଦ୍ବାରା ଆମକୁ ସମ୍ପୂର୍ଣ୍ଣ ପୋଷଣ ମିଳିଥାଏ। ହେଲେ ଏପରି ଭାବିବା ଭୁଲ୍। ଶରୀର ପାଇଁ ଡ୍ରାଏ ପ୍ରୁଟ୍‌ସ ମଧ୍ୟ ଖୁବ୍ ଆବଶ୍ୟକୀୟ। ଏହା ଶରୀରକୁ ସୁସ୍ଥ ଓ ସବଳ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ କରିଥାଏ। ଏହା ଖାସ୍ କରି ଶରୀରରେ ଆଇରନ୍ ଅଭାବକୁ ପୂରଣ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ବାରା ଥକ୍କାପଣ, ମାଂସପେଶୀରେ ଯନ୍ତ୍ରଣା, ଚେହେରାର ରଙ୍ଗ ମଳିନ ପଡ଼ିଯିବା, ନଖ ଭାଙ୍ଗିଯିବା, ଋତୁ ସ୍ରାବ ବେଳେ ଯନ୍ତ୍ରଣା, ମୁଣ୍ଡବିନ୍ଧା, କେଶ ଉପୁଡ଼ିବା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଖାସ୍ କରି ୪ଟି ଡ୍ରାଏ ଫ୍ରୁଟ୍‌ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଆସନ୍ତୁ ଜାଣିବା, କ’ଣ ଏହି ୪ଟି ଲାଭଦାୟକ ଡ୍ରାଏ ଫ୍ରୁଟ୍ସ –

୧.ଆଲ୍‌ମଣ୍ଡ : ଆଲ୍‌ମଣ୍ଡ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି। ଶରୀରରେ ଆଇରନର ମାତ୍ରା କମ୍ ହେଲେ ଆଲ୍‌ମଣ୍ଡ ଖାଆନ୍ତୁ। ୧୦ ଗ୍ରାମ ଶୁଖିଲା ଭଜା ଆଲ୍‌ମଣ୍ଡରେ ପାଖାପାଖି ୦.୫ ମିଲିଗ୍ରାମ ଆଇରନ୍ ରହିଥାଏ। ଏହାବ୍ୟତୀତ କ୍ୟାଲସିୟମ ଏବଂ ମାଗ୍ନେସିୟମ୍ ମଧ୍ୟ ରହିଥାଏ।

- Advertisement -

୨.କାଜୁ : କାଜୁ ଖାଇବାକୁ ଯେତିକି ସୁସ୍ବାଦୁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଏଥିରେ ପୋଟାସିୟମ୍, ମାଗ୍ନେସିୟମ, ଫସ୍ଫରସ, ପ୍ରୋଟିନ୍, ଫାଇବର, ଭିଟାମିନ୍-ଇ, ଭିଟାମିନ୍-ବି୬ ଓ ଆଇରନ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ୧୦ ଗ୍ରାମ କାଜୁରୁ ୦.୩ ମିଲିଗ୍ରାମ ଆଇରନ ମିଳିଥାଏ।

୩.ଅଖରୋଟ୍ : ଅଖରୋଟ୍‌କୁ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ। ଏହାକୁ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ୧୪ ଗ୍ରାମ ଅଖରୋଟ୍ରେ ୦.୭ ମିଲିଗ୍ରାମ ଆଇରନ୍ ରହିଥାଏ। ପ୍ରତିଦିନ ଅଖରୋଟ୍ ଖାଇଲେ, ଆଇରନର ଅଭାବ ରହିବ ନାହିଁ।

୪.ଚିନାବାଦାମ : ଚିନାବାଦାମରେ ଆଇରନ୍, କ୍ୟାଲସିୟମ ଏବଂ ଫାଇବର ବହୁ ମାତ୍ରାରେ ରହିଥାଏ। ପ୍ରତିଦିନ ଦୁଇଟି ବଡ଼ ଚାମଚ ଚିନାବାଦାମ ଖାଇବା ଦ୍ବାରା ଶରୀରକୁ ୦.୬ ମିଲିଗ୍ରାମ ଆଇରନ୍ ମିଳିଥାଏ। ଯଦି ଆପଣଙ୍କ ଶରୀରରେ ଆଇରନର ମାତ୍ରା କମ୍ ରହିଛି, ତା’ହେଲେ ଚିନାବାଦାମ ଖାଇବା ଆରମ୍ଭ କରିଦିଅନ୍ତୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories