www.samajalive.in
Saturday, December 13, 2025
15.1 C
Bhubaneswar

ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ହଡ଼ପ ଅଭିଯୋଗ ; ସିଡିପିଓ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ଧାମରା : ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଖାଦ୍ୟ ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ମହିଳା ଏବଂ ଶିଶୁ ବିକାଶ ବିଭାଗ ନିକଟରେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡ଼ିପିଓ ପ୍ରତିଭା ଖଣ୍ଡୁଆଳ କହିଛନ୍ତି ।

ଅଭିଯୋଗ ମୁତାବକ, କରଞ୍ଜମାଳ ପଞ୍ଚାୟତରେ ଥିବା ଧାନକୁଟା ଏବଂ ବଇଁଚା ଅଙ୍ଗନବାଡି କେନ୍ଦ୍ର ୨୦୦୯ରୁ ଆରମ୍ଭ ହୋଇଥିବା ଜଣାଯାଇଛି। କେନ୍ଦ୍ରର ନିଜସ୍ୱ ଘର ନ ଥିବା ବେଳେ ୨ଟି କେନ୍ଦ୍ର ପାଇଁ ୨୦୧୭ରେ ପ୍ରତ୍ୟେକକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଆସିଥିଲା। ବଇଁଚା ଅଙ୍ଗନବାଡି କେନ୍ଦ୍ରର ଘର ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଧାନକୁଟା କେନ୍ଦ୍ରର ଘର ତିଆରି ହୋଇନାହିଁ।  ଧାନକୁଟା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ୪୨ ଦର୍ଶାଯାଉଥିବା ବେଳେ ବଇଁଚା କେନ୍ଦ୍ରରେ ସମୁଦାୟ ଉପସ୍ଥାନ ୨୨ ଦର୍ଶାଯାଉଛି। କିନ୍ତୁ କୌଣସି ଦିନ ଏତେ ସଂଖ୍ୟକ ପିଲା କେନ୍ଦ୍ରରେ ଉପସ୍ଥିତ ରହୁନଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଅଧିକ ଉପସ୍ଥାନ ଦର୍ଶାଯାଇ ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ ହଡ଼ପ କରାଯାଉଛି । ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି । ଏ ବାବଦରେ ସିଡିପିଓ ପ୍ରତିଭା ଖଣ୍ଡୁଆଳ ପଚାରିବାରୁ ସେ  କହିଲେ ଅଭିଯୋଗ ହୋଇଛି। ଏହାର ସରଜମିନ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories